କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ

0
349

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ସଂକ୍ରମଣ ରୋକିବା ମୁକାବିଲା ସମୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ର ସାଇପ୍ରସାଦ ସାହୁ (୬ବର୍ଷ) ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଡ଼ିଓ ହଳଧର ଶବର ଜରିଆରେ ୪୪୪୪ ଟଙ୍କାର ଚେକ୍ ପ୍ରଦାନ କରିବା ସହିତ ଗ୍ରାମବାସୀଙ୍କୁ ମାସ୍କ ବଣ୍ଟନ କରି ସଚେତନ କରାଇଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡା ପଞ୍ଚାୟତ ଅନ୍ତର୍ଗତ ବାବୁଲିବନ୍ଧ ଗ୍ରାମ ସେବା ସମବାୟ ସମିତି ସଭାପତି ତଥା ସମାଜସେବୀ ମନୋଜ ସାହୁଙ୍କ ପୁଅ ସାଇ ପ୍ରସାଦ ଦିଗପହଣ୍ଡି କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣାପଡିଛି । ବର୍ତମାନ କରୋନା ପ୍ରଭାବରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ନିଜ ପରିବାର ଠାରୁ ପାଇଥିବା ଟଙ୍କାକୁ ସଞ୍ଚୟ କରି ରଖିଥିଲେ । ରାଜ୍ୟରେ ଦେଖା ଦେଇଥିବା ବିପର୍ଯ୍ୟୟ ସମୟରେ ସ୍ଥାନୀୟ ବିଡ଼ିଓ ହଳଧର ଶବର ରାଜ୍ୟ ସରକାର ପକ୍ଷରୁ ଘୋଷଣା କରାଯାଇଥିବା ସହାୟତା ରାଶିକୁ ସଠିକ ରୂପେ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚି ପାରୁଛି କି ନାହିଁ ତାହାର ସମୀକ୍ଷା କରିବା ପାଇଁ ଗ୍ରାମକୁ ପରିଭ୍ରମଣରେ ଯାଇଥିବା ସମୟରେ ନିଜେ ସଞ୍ଚୟ ରଖିଥିବା ଟଙ୍କାକୁ ପରିବାର ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ବିଡିଓଙ୍କୁ ଚେକ ପ୍ରଦାନ କରିଥିଲେ । ଏଥିସହ ପଞ୍ଚାୟତ ଅଧିନରେ ଥିବା ଆଦିବାସୀ ଗ୍ରାମ ଗୁଡିକରେ ମାସ୍କ ଓ ସେନିଟାଇଜର ବଣ୍ଟନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରି କଟକଣା ନିୟମକୁ ମାନି ଚଳିବା ପାଇଁ ସଚେତନ କରାଇଛନ୍ତି । ଛାତ୍ର ସାଇଙ୍କ ଏଭଳି ମହନୀୟତା କାର୍ଯ୍ୟ ପାଇଁ ଗ୍ରାମବାସୀ ଓ ପ୍ରଶାସନ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here