ପରିବା ବଜାର ରେ ବ୍ୟାରିକେଟ ଦେଲେ ତହସିଲଦାର।

0
362

କୁକୁଡାଖଣ୍ଡି(ନ୍ୟୁଜଏକ୍ସଟ୍ରା/ଉମା ଶଙ୍କର ପାଣିଗ୍ରାହୀ):କୁକୁଡାଖଣ୍ଡି ତହସିଲର ଲୋଚାପଡା ଓ ନିମଖଣ୍ଡି ଠାରେ ପ୍ରତ୍ୟହ ପଡୁଥିବା ପରିବା ବଜାର ରେ ଲୋକଙ୍କ ପ୍ରବଳ ଗହଳି ସାଙ୍ଗକୁ ସାମାଜିକ ଦୂରତା ରକ୍ଷା ନକରି ବାଇକ ନେଇ ଆସୁଛନ୍ତି।ପୂର୍ବରୁ ଏସବୁକୁ ପ୍ରଶାସନ ପଷରୁ ବାରଣ କରାଯିବା ସତ୍ତ୍ବେ ଲୋକେ ମାନିବାକୁ ନାରାଜ।ଅମାନିଆ ଲୋକଙ୍କୁ ସାବାଡ କରିବା ପାଇଁ କୁକୁଡାଖଣ୍ଡି ତହସିଲଦାର ଇପସିତା ପ୍ରିୟଦଶନୀ ମିଶ୍ର ,ବ୍ଲକ ଯୋଗାଣ ନିରିଷକ ଜି.ପ୍ରଶାନ୍ତ ରାଓ ବୁଧବାର ସକାଳୁ ଉକ୍ତ ପରିବା ବଜାର କୁ ସଲଘ୍ନଂ ରାସ୍ତାକୁ ବ୍ୟାରିକେଟ କରିବା ସହ ସଂପୂଣ୍ନ ବଜାର କୁ ସାନିଡାଇଜର ସ୍ପ୍ରେ କରିଥିଲେ।ଲୋକଙ୍କୁ ବାଇକ ନଆଣିବାକୁ ଏବଂ ସମଦୂରତା ବଜାୟ ରଖିବାକୁ ନିବେଦନ କରିଥିଲେ।ଅନ୍ୟପଷେ ତହସିଲ ଅଧିନରେ ଯେଉଁ ମାନେ କ୍ୟାରେଣ୍ଟାଇନ ରେ ରହି ମଧ୍ୟ ଆଇନ କୁ ଉଲଘଂନ କରୁଛନ୍ତି ପରିବା ବଜାର କୁ ବାଇକ ଆଣିବା ସହ ବିଭିନ୍ନ ସମୟରେ ବାଇକ ଧରି ବୁଲୁଥିବା ଅମାନିଆ ଲୋକଙ୍କୁ ସାବାଡ କରିବା ସହ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସଦରଥାନା ଅଧିକାରୀଙ୍କୁ ଚିଠି ଯୋଗେ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here