ଘର ଭିତରେ ଚାଲିଥିଲା ମଦ ବେପାର ଘର ମାଲିକ ଗିରଫ ୭୦ ଲିଟର ମଦ ଜବତ

0
490

ବାଲିପଡ଼ା(ନ୍ୟୁଜଏକ୍ସଟ୍ରା/ଉମା ଶଙ୍କର ପାଣିଗ୍ରାହୀ): କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ହୁଗୁଳାପଟା ପଞ୍ଚାୟତର ଯୋଗିଆପଲ୍ଲୀ ଗ୍ରାମରେ ଏକ ପକ୍କାଘରେ ଦୀର୍ଘଦିନ ହେବ ଚାଲିଥିଲା ନକଲି ଦେଶୀ ମଦ କାରବାର I ଖୋଦ ଘର ମାଲିକ ଉକ୍ତ ବେପାର ଚଳାଇଥିବାବେଳେ କୁକୁଡାଖଣ୍ଡି ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ନେତୃତ୍ବରେ ଅବକାରୀ ବିଭାଗର ଏକ ଟିମ ଅଚାନକ ଚଢ଼ାଉ କରିଥିଲେ I ଘର ମାଲିକଙ୍କୁ ଗିରଫ କରିବା ସହ ୨୦ଲିଟର ପୋଚ ସାଙ୍ଗକୁ ୫୦ଲିଟର ଗୁଡ଼ ମିଶ୍ରିତ ଦେଶୀମଦ ଜବତ କରିଥିଲା ବିଭାଗ I ମଦ ତିଆରି ପାଇଁ ରଖାଯାଇଥିବା ତିନୋଟି ଆଲୁମିନିଅମ ଡେ଼କଚି ସହ ମଦ ନିର୍ମାଣ ପାଇଁ ରାସାୟନିକ ଦ୍ରବ୍ୟକୁ ଜବତ କରାଯାଇଥିବା ସୂଚନା ମିଳିଚି I ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ବିଭାଗ ବ୍ରହ୍ମପୁର ନିରୀକ୍ଷକ ରୋଷନ ହଂସଦା, ଭ୍ରାମ୍ୟମାଣ ଅଧିକାରୀ ବାଳକୃଷ୍ଣ ପରିଡା, ସଦର ଉପ-ନିରୀକ୍ଷକ ବାଳକ ବିଷୋୟୀ,ଶ୍ରୀଧର ମହାନ୍ତି, ଧୀରେନ୍ଦ୍ର ବେହେରା, ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ I

LEAVE A REPLY

Please enter your comment!
Please enter your name here