ପୋଲିସକୁ ଆକ୍ରମଣ କରି ୨ଗିରଫ

0
545

କୁକୁଡାଖଣ୍ଡି(ନ୍ୟୁଜଏକ୍ସଟ୍ରା/ଉମା ଶଙ୍କର ପାଣିଗ୍ରାହୀ) : ବେଆଇନ ମଦ ବେପାରକୁ କେନ୍ଦ୍ର କରି ନିମଖଣ୍ଡି ଫାଣ୍ଡି ଅନ୍ତଗତ ଚଣ୍ଡିପଦର ହରିଜନ ସାହିରେ ମଦ ଚଢଉବେଳେ କାର୍ଯ୍ୟରତ ଏଏସଆଇ ଓ ଜଣେ ହୋମଗାଡଙ୍କୁ ଚୋରା ବେପାରୀ ମାନେ ମାଡ ମାରିଥିବା ଅଭିଯୋଗ ହୋଇଛି।ଆହାତ ଏଏସଆଇ ଓ ହୋମକାଡଙ୍କୁ କୁକୁଡାଖଣ୍ଡି ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିସ୍ଛା ପରେ ଉଭୟ ଭଲ ଥିବା ଜଣାପଡିଛି।ଘଟଣାରୁ ପ୍ରକାଶ ଯେ ନିମଖଣ୍ଡି ଫାଣ୍ଡି ଅନ୍ତଗତ ଚଣ୍ଡିପଦର ହରିଜନ ସାହିରେ ଲକ ଡାଉନ ର ସୁଯୋଗ ନେଇ କିଛି ଚୋରା ବେପାରୀ ମଦ ବିକ୍ରି କରୁଥିଲେ।ଖବର ପାଇ ଫାଣ୍ଡି ଅଧିକାରୀ ଧୋବା ସ୍ବାଇଁ,ହୋମଗାଡ ଅଜୁ ସାହୁ ଙ୍କ ସହ ଟିମ ଉକ୍ତ ସାହିରେ ଚଢଉ କରିଥିଲେ।ଚଢଉ ସମୟରେ ଚୋରା ବେପାରୀ ମାନେ ପୋଲିସ ଉପରକୁ ଅତକିତ ଆକ୍ରମଣ କରିଥିଲେ ଫଳରେ ଏଏସଆଇ ଓ ଗୃହରଷୀ ଆକ୍ରମଣରେ ଆହାତ ହୋଇଥିଲେ। ପରେ ସଦର ପୋଲିସ ଉକ୍ତ ଅଞଳକୁ ଘେରାଉ କରି ଆକ୍ରମଣକାରୀ ଙ୍କୁ ଧରିବାକୁ ଉଦ୍ୟମ କରିଥିଲେ ।ଥାନାରେ ୧୧୨/୨୦ରେ ମାମଲା ରୁଜୁ ସହ ଆକ୍ରମଣକାରୀ ହରିହର (୪୦),ଅଯୋଧ୍ୟା ଦାସ(୩୮)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦର ଏସଡିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here