ଜିଆରଏସ ସୁଶୀଲ କୁମାର ମହାନ୍ତି ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

0
473

ବେଗୁନିଆପଡ଼ା :ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ପୋଲିସକୁ ସଫଳତା ମିଳିଛି । କନିଆରୀବାଡ଼ି ଗାଁର ତଥା ସାନ ଉସ୍ତାପଡ଼ା ପଞ୍ଚାୟତର ଜିଆରଏସ ସୁଶୀଲ ମହାନ୍ତି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ୍। ଅଭିଯୁକ୍ତ ସୁମଣ୍ଡଳ ପଂଚାୟତ ଅନ୍ତର୍ଗତ ଭାଲିଆଝର ଗ୍ରାମର ମୋହନ ପୁର ସାହି ବାସିନ୍ଦା ମନୋଜ କୁମାର ସାହୁକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ମନୋଜ ଓ ସୁଶିଲ କନିଆରୀବାଡି ଗ୍ରାମର ଜନୈକ ମହିଳାଙ୍କୁ ପ୍ରେମ କରିଆସୁଥିଲେ। ମନୋଜ ଏ ନେଇ ସୁଶିଲ କୁ ୨ମାସ ତଳେ ତାଗିଦ କରିଥିଲେ। ଗତ ୪ ତାରିଖ ଦିନ ରାତିରେ ମନୋଜ କନିଆରୀବାଡି ଗ୍ରାମର ଜନୈକ ମହିଳାଙ୍କ ଘରକୁ ଯାଇଥିଲେ । ସେଠାରୁ ବାହାରି ଆସିବା ପରେ ସୁଶୀଲ ଉକ୍ତ ମହିଳାଙ୍କ ଘରକୁ ଯିବାର ମନୋଜ ଦେଖିଥିଲେ। କିଛି ସମୟ ପରେ ମନୋଜ ପୁଣି ଯାଇ ଦେଖିବା ବେଳକୁ ସୁଶୀଲ ଉକ୍ତ ମହିଳାଙ୍କ ଘରେ ଅଛନ୍ତି। ଓ ତାଙ୍କ ଗାଡି ବାହାରେ ଅଛି। ଏହା ଦେଖି ସେ ଉତକ୍ଷୀପ୍ତ ହୋଇ ସେଠାରୁ ଫେରି ସୁମଣ୍ଡଲ ନିକଟସ୍ଥ ଏକ ଆଶ୍ରମରୁ ଏକ କଟୁରୀ ଧରି ଉକ୍ତ ମହିଳାଙ୍କ ଘରକୁ ଯାଇ ସୁଶୀଲ ସହିତ ଯୁକ୍ତି ତର୍କ କରିଥିଲେ। ସୁଶୀଲ କାହିଁକି ବାରମ୍ବାର ତାଙ୍କ ଘରକୁ ଆସୁଛି ବୋଲି ତାକୁ ତାଗିଦ୍ କରିବା ପରେ ସୁଶିଲ ମଦ୍ୟପାନ କରିଥିବା ଯୋଗୁଁ ସେହି ସ୍ଥାନରେ ପାଟି ନକରି ଦୂରକୁ ଯିବା ପାଇଁ କହିଥିଲେ ଓ ସେ ଗାଡ଼ି ଚଲେଇ ପାରିବନି ବୋଲି କହିବା ପରେ ସୁଶିଲ ଙ୍କ ବାଇକ ସେଠାରେ ରଖି ମନୋଜ ନିଜ ଗାଡ଼ିରେ ତାକୁ ଗାଁ ନିକଟସ୍ଥ ଏକ ବିଲ ପାର୍ଶ୍ୱକୁ ଆଣି ସେଠାରେ ଉଭୟଙ୍କ ମଧ୍ୟରେ ବଚସା ସହ ହାତାହାତିଓ ଧସ୍ତାଧସ୍ତି ହେବା ପରେ ମନୋଜ ସାଥିରେ ନେଇଥିବା କଟୁରୀ ସାହାଯ୍ୟରେ ସୁଶୀଲ କୁ ନିର୍ମମ ଭାବେ ହତ୍ୟା କରିଥିଲେ ଓ ସେଠାରୁ ଫେରିଆସିଲେ। ପରେ ଗଞ୍ଜାମ ଏସ ପି ଜଗ ମୋହନ ମୀନା ଙ୍କ ନିର୍ଦ୍ଦେଶ ରେ ପୁରୁଷତ୍ତମପୁର ଏସ ଡି ପି ଓ ରଜନୀ କାନ୍ତ ସାମଲ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, କବିସୂ୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ବେଗୁନିଆ ପଡ଼ା ଥାନା ଏସ ଆଈ ସଂଗ୍ରାମ କୁମାର ଦେହୁରୀ ଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ଗଠନ ହେଇଥିଲା। ଶେଷରେ ଅଭିଯୁକ୍ତ ମନୋଜ ସାହୁଙ୍କୁ ପୋଲିସ୍ କେଶ୍ ନମ୍ୱର୍ ୩୯୪/୨୦୨୩ ଅନୁସାରେ ଗିରଫ କରି ଦଫା ୩୦୨ରେ ଆଜି କୋର୍ଟ ଚାଲାଣ କରିବା ସହ କଟୁରୀ ଓ ରକ୍ତ ଭିଜା ସାର୍ଟ ଜବତ କରିଛି ବୋଲି ବେଗୁନିଆପଡ଼ା ଥାନା ଅଧିକାରୀ ମଞ୍ଜରୀ ନାୟକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here