ବିଧାନସଭାରେ କଳାପଟି ବାନ୍ଧି ପ୍ରତିବାଦ କଲେ ବିଜେପି ବିଧାୟକ।

0
714

ଭୁବନେଶ୍ଵର : ଆଜି ବିଧାନସଭାର ତୃତୀୟ ଦିବସ ଗୃହ କାର୍ଯ୍ୟ ସ୍ବାଭାବିକ ଭାବେ ଜାରି ରହିଛି। ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଛି। ପ୍ରଶ୍ନକାଳ ଆରମ୍ଭରୁ ଯାଜପୁର ଜିଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ଵାଳ ମୃତ୍ୟୁ ମାମଲାରେ ବିଜେପି ସଦସ୍ୟମାନେ ମୁହଁରେ କଳାପଟି ବାନ୍ଧି ନିଜ ନିଜ ଆସନରେ ଛିଡ଼ା ହୋଇ ନୀରବ ପ୍ରତିବାଦ କରିଥିଲେ। ପରେ ବାଚସ୍ପତି ସଦସ୍ୟମାନଙ୍କୁ ବସିଯିବାକୁ କହିବାରୁ ସେମାନେ ବସିଥିଲେ। କିନ୍ତୁ ମୁହଁରୁ କଳାପଟି କାଢ଼ି ନ ଥିଲେ। ବାଚସ୍ପତି ପୁଣି ଥରେ ସମସ୍ତ ସଦସ୍ୟଙ୍କୁ ମୁହଁରୁ କଳାପଟି ବାହାର କରି ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ପରେ ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ କଥା ମାନି ଗୃହକାର୍ଯ୍ୟରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here