ବୁରୁଝରୀ ନୁଆଁ ଗାଁ ଠାରେ ଚୋରା ଦେଶୀ ମଦ ବିକ୍ରୟ ବେଳେ ଜଣେ ଗିରଫ ସହ ମଦ ଓ ବାଇକ ଜବତ, ଅନ୍ୟଜଣେ ଫେରାର

0
419

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ରବିବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତର ନୂଆଗାଁ କାଳୀମନ୍ଦିର ନିକଟସ୍ଥ ଜଙ୍ଗଲ ମଧ୍ୟରେ ଚୋରା ଦେଶୀ ମଦ ବିକ୍ରି ଚାଲିଥିବା ଖବର ପାଇ ଖଲ୍ଲିକୋଟ ଅବକାରୀ ବିଭାଗ ଚଢ଼ାଉ କରି ଜଣକୁ ଗିରଫ କରି ତାଠାରୁ ଛଅ ଲିଟର ଦେଶୀ ମଦ ଓ ସିଡ଼ି ଦିଲସ୍କ ବାଇକ ଜବତ କରିଥିବା ବେଳେ ଅନ୍ୟଜଣେ ଫେରାର ହୋଇଯାଇଛି l ଗିରଫ ଜଣକ ହେଲେ ମାଟିଆ ଢି଼ଅ ଗ୍ରାମର ବିଦ୍ୟାଧର ଦାସ l ସୂଚନାଯୋଗ୍ୟ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଗୁଣ୍ଡୁରୀପଲ୍ଲୀ ଗ୍ରାମରେ ବେଆଇନି ଚୋରା ଦେଶୀମଦ ତିଆରି ହୋଇ ବେଗୁନିଆପଡା ବ୍ଲକର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଜଣାପଡିଛି l ପ୍ରଶାସନ ଏଦିଗରେ ଦୃଷ୍ଟିଦେବାକୁ ସାଧାରଣରେ ଦାବିହୋଇଛି l

LEAVE A REPLY

Please enter your comment!
Please enter your name here