ପୂଜାବିଧି ରେ ସୀମିତ ରହିଲା ଗାଲେରୀ ମେରୁଯାତ୍ରା

0
456

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କରୋନା ପାଇଁ ସାରା ଦେଶରେ ଲକ୍-ଡାଉନ୍ ଘୋଷଣା ପରେ ଭଞ୍ଜନଗର ପୋଲିସ ଓ ପ୍ରଶାସନ ତରଫରୁ ବିଭିନ୍ନ ନିୟମ କୁ କଡାକଡି କରାଯାଇଛି। ବିଶେଷ କରି ଗାଲେରି ରେ ପୋଲିସ ଓ ପ୍ରଶାସନ ପକ୍ଷରୁ ମେରୁଯାତ୍ରା ନ କରିବା ପାଇଁ ୧୪୪ ଧାରା ଜାରି କରାଯାଇଛି । ଏଭଳି ପରିସ୍ଥିତି ରେ ଗଞ୍ଜାମ ଜିଲ୍ଲାପାଳ ମେରୁଯାତ୍ରା ପାଳନ ନ କରିବାକୁ ଜିଲ୍ଲା ବାସୀ ଙ୍କୁ ମଧ୍ୟ ନିବେଦନ କରିଥିଲେ। ତେଣୁ ଏହି ନିୟମ କୁ ପାଳନ କରିବାକୁ ଯାଇ ଭଞ୍ଜନଗର ଘୁମୁସର ଅଂଚଳର ପ୍ରସିଦ୍ଧ ମା ଗାଲେରୀ କାଳୀ ଙ୍କ ମେରୁ ଦଣ୍ଡଯାତ୍ରା ଆଜି କେବଳ ମନ୍ଦିର ରେ ପୂଜାବିଧି ରେ ସୀମିତ ରହିଛି । ଅନ୍ୟ ପଟେ ପୁରା ଗାଲେରି ବଡ଼ଦାଣ୍ଡ ଖାଁ ଖାଁ ଲାଗିବା ସହ ଜନଶୁନ୍ୟ ହୋଇପଡିଥିଲା। ଲୋକ ମାନେ ମଧ୍ୟ ଘର ଭିତରୁ ବାହାରି ନଥିବା ଦେଖାଯାଇଛି। ଅପରପକ୍ଷରେ ହଜାର ହଜାର ଶ୍ରଦ୍ଧାଳୁ ଓ ମାନସିକ ଧାରୀ ମାନେ ନିରାଶ ମଧ୍ୟ ହୋଇଛନ୍ତି। ଭଞ୍ଜନଗର ର ମୁଜାଗଡ଼, ଢୁଢୁଆ,ଜିଲୁଣ୍ଡି , ଆଦି ବିଭିନ୍ନ ସ୍ଥାନରେ କେବଳ ପୂଜାବିଧି ରେ ହିଁ ମେରୁଯାତ୍ରା ସୀମିତ ରହିଛି। ପୂର୍ବରୁ ଘୁମୁସରର ପ୍ରସିଦ୍ଧ ମା ଦଣ୍ଡକାଳୀଙ୍କ ଦଣ୍ଡଯାତ୍ରା ଚଳିତ ବର୍ଷ ବନ୍ଦ କରାଯାଇ ଥିବା କେବଳ ପୂଜାବିଧିରେ ସୀମିତ ରଖାଯାଇଥିଲା। ସୂଚନାଯୋଗ୍ୟ ୪୦୦ ବର୍ଷର ଗାଲେରୀ ଦଣ୍ଡନାଚର ଇତିହାସ ରେ ଦଣ୍ଡନାଚ ଓ ମେରୁ ଯାତ୍ରା ବନ୍ଦ ହେବାର ଏହା ପ୍ରଥମ ଘଟଣା ହୋଇଛି

LEAVE A REPLY

Please enter your comment!
Please enter your name here