ଭୁବନେଶ୍ୱରରୁ ଚାଲି ଚାଲି ଆସୁଥିବା ବ୍ୟକ୍ତିଙ୍କୁ ଗାଁରେ ପହଞ୍ଚାଇଲେ ଖଲ୍ଲିକୋଟ ଥାନା ଅଧିକାରୀ

0
379

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା/ପ୍ରଦୀପ୍ତ କୁମାର ସାହୁ) : ଗଞ୍ଜାମ ଜିଲ୍ଲା ପ୍ରଶାସନ କରୋନା ମୁକାବିଲା ପାଇଁ ନୂଆ ନୂଆ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଆଜି ଠାରୁ ଗଞ୍ଜାମ ଜିଲ୍ଲାର ସୀମା ଗୁଡିକରେ ସିସିଟିଭି ଲଗାଇବା ସହ ଜଣେ ଜଣେ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ୱ ଦିଆଯାଇଛି। ଏପରିକି ଅନ୍ୟ ଜିଲ୍ଲାରୁ କେହି ପ୍ରବେଶ କରିବାକୁ ମଧ୍ୟ କଟକଣା ଲାଗୁ ହୋଇଛି । ଏହି ପ୍ରରିପେକ୍ଷିରେ ଭୁବନେଶ୍ୱର ସ୍ଥିତ ସାମନ୍ତରାପୁର ଅଞ୍ଚଳରେ ଦିନ ମଜୁରିଆ ଭାବେ କାମ କରୁଥିବା ଖଲିକୋଟ ବ୍ଳକ ଅନ୍ତର୍ଗତ କୋମଣ୍ଡ ପଞ୍ଚାୟତର ୧୦ ଜଣ ମହିଳା ଓ ପୁରୁଷ ଲକ୍ ଡାଉନ୍ ଯୋଗୁଁ କୌଣସି ଯାନବାହନ ନପାଇ ଚାଲି ଚାଲି ନିଜ ଗ୍ରାମ ଅଭିମୁଖେ ଆସୁଥିଲେ । ସୀମା ପାର ହୋଇ ଗୁରାପଲ୍ଲୀ ଟୋଲ ଗେଟ ପାଖରେ ପହଞ୍ଚିବା ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଏକ ଗାଡ଼ିର ସୁବିଧା କରି ସେମାନଙ୍କୁ ଗାଁରେ ପହଁଚାଇବାର ବ୍ୟବସ୍ଥା କରିବା ସହ କୋମଣ୍ତ ସରପଞ୍ଚଙ୍କ ସହ କଥା ହୋଇ ଉକ୍ତ ମହିଳା ଓ ପୁରୁଷ ମାନଙ୍କୁ କ୍ୟୁରାଣ୍ଟାଇନ୍ ରେ ରଖିବା ପାଇଁ ବ୍ୟବସ୍ଥା କରିଥିଲେ ।

LEAVE A REPLY

Please enter your comment!
Please enter your name here