ଦଣ୍ଡଯାତ୍ରା ପାଇଁ ପୂଜାର୍ଚ୍ଚନା ଚାଲିଥିବା ବେଳେ ପୋଲିସ ପ୍ରଶାସନ ର ଚଢ଼ାଉ ; ଗାମୁଣ୍ଡି ଗ୍ରାମର ୫ ଦଣ୍ଡୁଆ ଅଟକ

0
528

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କୋରନା ଭୂତାଣୁ କୁ ନେଇ ସାରା ଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି । ଗଞ୍ଜାମ ଜିଲ୍ଲାରେ ମଧ୍ୟ କରୋନା ଭୁତାଣୁ କୁ ନେଇ ପ୍ରସିଦ୍ଧ ଦଣ୍ଡଯାତ୍ରାକୁ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ବେଳେ ବହୁ ଗ୍ରାମରେ ଏହି ନିୟମ ନମାନି ବହୁ ଦଣ୍ଡୁଆ ଗିରଫ ହୋଇ କୋର୍ଟ ଚାଲାଣ ମଧ୍ୟ ହେଉଛନ୍ତି ।ଆଜି ଭଞ୍ଜନଗର ନିକଟ ଗାମୁଣ୍ଡି ଗ୍ରାମରେ ଦଣ୍ଡଯାତ୍ରା ପାଇଁ ପୂଜାର୍ଚ୍ଚନା ଚାଲିଥିବା କୋଣସି ସୂତ୍ରରୁ ଖବର ପାଇ ବି.ଡି.ଓ ଶ୍ରୀ ଅନୀଲ କୁମାର ସେଠୀ ଓ ଥାନା ଅଧିକାରୀ ଶ୍ରୀ ସୁଦୀପ୍ତ କୁମାର ସାହୁ ସେଠାରେ ପହଂଚି ପୂଜାର୍ଚ୍ଚନା ବନ୍ଦ କରିବା ସହ ୪ଜଣ ଦଣ୍ଡୁଆ ଓ ଜଣେ ସହଯୋଗୀଙ୍କୁ ଆଣି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here