ଇଣ୍ଡୋନେସିଆ ରେ ଅନୁଷ୍ଠିତ ବାଲିଯାତ୍ରା ରେ କଳା ପ୍ରଦର୍ଶନ କରିବେ ଛତ୍ରପୁର ର ଗୁରୁ ଅଳକାସାହୁଙ୍କ ଟିମ

0
192

ଛତ୍ରପୁର : ଇଣ୍ଡୋନେସିଆ ବାଲି ରେ କଳିଙ୍ଗ ମହୋତ୍ସବ ଅନୁଷ୍ଠିତ ହେବ l କେନ୍ଦ୍ର ସରକାର ,ରାଜ୍ୟ ସରକାର ସହଭାଗିତାରେ ହେବ ଏହି ମହୋତ୍ସବ । ଏହି ଅବସରରେ କଳା ଓ ସଂସ୍କୃତିର ସହର ଛତ୍ରପୁରର ଜୟ ଗଣେଷ କଳା ବିକାଶ କେନ୍ଦ୍ରର ଓଡିଶୀ ନୃତ୍ୟୁ ଗୁରୁ ଅଳକା ସାହୁଙ୍କ ଟିମ ମଧ୍ୟ ଏହି ମହୋତ୍ସବରେ ନିଜର ନୃତ୍ୟକଳାପ୍ରଦର୍ଶନ କରିବେ । କଳିଙ୍ଗ ଇଟଂରନ୍ୟାସନାଲ ୟୁଥ୍ ଫାଉଣ୍ଡେସନ ପକ୍ଷରୁ ନୃତ୍ୟୁଗୁରୁ ଅଳକା ସାହୁଙ୍କୁ ଚିଠି ଆସିଛି l ଏନେଇ ସେ ଆରମ୍ଭ କରିସାରିଛନ୍ତି ପ୍ରସ୍ତୁତି l ଉକ୍ତ ମହୋତ୍ସବରେ କଳା ପ୍ରଦର୍ଶନ କରି ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ଅଳକା ଏବଂ ତାଙ୍କ ଟିମ l ପୂର୍ବରୁ ମଧ୍ୟ ଓଡିଶୀ ନୃତ୍ୟୁ ଗୁରୁ ଅଳକା ସାହୁଙ୍କ ଟିମ ମାଲେସିୟା ଓ ସିଙ୍ଗାପୁର ସମେତ କଟକ ବାଲିଯାତ୍ରା,ଗୋପାଳପୁର ବେଳାଭୁମି ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ନିଜର କଳାପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି । ଆସନ୍ତା ୩୦ ରୁ ଅଳକା ସାହୁଙ୍କ ଟିମ ଇଣ୍ଡୋନେସିଆ ଯାତ୍ରା କରିବା ସହ ୩ ତାରିଖରେ ତିନୋଟି ନୃତ୍ୟାକାର୍ଯ୍ୟକ୍ରମ କରିବାକୁ ରହିଛି । ଓଡିଶୀ,ବନ୍ଦେଉତ୍କଳ ଜନନୀ ଓ ବୋଇତ ବନ୍ଧାନ ଥିମ୍ କୁ ନେଇ ନିଜର କଳାପ୍ରଦର୍ଶନ କରିବେ ଜୁନ ୮ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି । ଏହି ଟିମରେ ଗୁରୁ ଅଳକା ସାହୁ, ଦେବୀ କୁମାରୀ ପ୍ରଧାନ, ଶିବାଙ୍ଗୀ ମହାରଣା,ଅଙ୍କିତା ପ୍ରିୟଦର୍ଶିନୀ ରଥ, କେଶବ ବେହେରା,ସାଗର ଦଲେଇ,ସ୍ନେହାଶିଶ ସାମଲଙ୍କ ସମେତ ଜଣେ ଅଭିଭାବକ ଯିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here