ଓଡ଼ିଆ ବିଭାଗର ଜାତୀୟ ୱେବିନାର

0
286

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ହିଞ୍ଜିଳିକାଟୁ ସ୍ଵୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟ, ଓଡ଼ିଆ ବିଭାଗ ଆନୁକୁଲ୍ୟରେ ଜଗନ୍ନାଥ ଦାସଙ୍କ ଭାଗବତ ଶୀର୍ଷକ ଏକ ଜାତୀୟ ୱେବିନାର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ.ସ୍ୱସ୍ତିକା ପାଢ଼ୀ ସ୍ଵାଗତ ଭାଷଣ ପ୍ରଦାନ କରି ଶୁଭାରମ୍ଭ କରିଥିବା ବେଳେ ଓଡ଼ିଆ ବିଭାଗୀୟ ମୁଖ୍ୟ ଡଃ.ଭାସ୍କର ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ଆୟୋଜିତ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଏହି ୱେବିନାର ରେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ବିଜ୍ଞାନ ସଂସ୍ଥାର ପ୍ରଫେସର ଡ଼ଃ ଉଦୟନାଥ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜଗନ୍ନାଥ ଦାସଙ୍କ ଭାଗବତ ଆଜିର ଦିନରେ କିପରି ପ୍ରତ୍ୟେକ ଓଡ଼ିଆ ଘରେ ଘରେ ପରିଚିତ ତାହାର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ମହାବିଦ୍ୟାଳୟର ଅଧ୍ୟାପକ ଜଗନ୍ନାଥ ମହାପାତ୍ର ଛାତ୍ରଛାତ୍ରୀ ଓ ଅଧ୍ୟାପକ,ଅଧ୍ୟାପିକା ମାନଙ୍କୁ ଏହି କାର୍ଯ୍ୟକ୍ରମ ରେ ତାଲିକାଭୁକ୍ତ କରି କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିବା ବେଳେ ପରିଶେଷରେ ଓଡ଼ିଆ ଅଧ୍ୟାପିକା ସୁଶ୍ରୀ ଡଃ.ସଙ୍ଗୀତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରକାଶ ଯେ ଚଳିତ ବର୍ଷ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମଥର ଏହି ଅନ୍ ଲାଇନ୍ ମାଧ୍ୟମ ରେ ଜାତୀୟ ୱେବିନାର ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ୧୦୦ରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here