ସ୍ୱାସ୍ଥ୍ୟ ବିଭାଗ ଗାଡି ସହ ସ୍କୁଟିର ଧକ୍କା, ଦୁଇ ଗୁରୁତର।

0
605

ବ୍ରହ୍ମପୁର:୨୧/୦୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଗଞ୍ଜାମ ଜିଲ୍ଲା କେ.ନୁଆଗାଁ ଥାନା ନିକଟସ୍ଥ ରତ୍ନେଶ୍ଵରୀ ମନ୍ଦିର ବୁଲାଣି ରାସ୍ତାରେ ସ୍କୁଟି ସହ ସ୍ୱାସ୍ଥ୍ୟ ଵିଭାଗ ଗାଡି ମୁହାଁ ମୁହିଁ ଧକ୍କା ହୋଇଛି। ସୂଚନା ଅନୁଯାୟୀ ଦୁଇ ଗାଡି ମୁହାଁ ମୁହିଁ ଧକ୍କା ହେବା ଫଳରେ ସ୍କୁଟିରେ ଯାଉଥିବା ଦିଗପହଣ୍ଡି ବ୍ଲକ୍ ଵାଙ୍କପୁର ଗ୍ରାମର ଵୁଡୁ ଵେହେରା(୪୦) ଏଵଂ ଚିକିଟି ଏନ୍.ଏ.ସି ଅନ୍ତର୍ଗତ ଜେନାପୁର ଗ୍ରାମର ଇସମାଇଲ ବୀର୍(୩୫) ଆହତ ହୋଇଥିବା ଜଣାପଡିଛି । ଉଭୟଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଚିକିଟି ମେଡିକଲ ନିଆଯାଇଥିଲା ପରେ ଅଵସ୍ଥା ସଂକଟାପନ୍ନ ହେଵାରୁ ଉଭୟଙ୍କୁ ବ୍ରହ୍ମପୁର ବଡମେଡିକଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାର ତଦନ୍ତ ନୁଆଗାଁ ଥାନା ପୋଲିସ କରୁଛି।

LEAVE A REPLY

Please enter your comment!
Please enter your name here