ପୋଲସରା ବ୍ଲକ ଏଲିମେଣ୍ଟାରୀ ଶିକ୍ଷା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

0
520

ପୋଲସରା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା)ପୋଲସରା ବ୍ଲକ ଏଲିମେଣ୍ଟାରୀ ଶିକ୍ଷା ବିଭାଗ ପକ୍ଷରୁ ବିଇଓ ତ୍ରିଲୋଚନ ତ୍ରିପାଠୀ, ଏବିଇଓ ସ୍ୱରୂପ କୁମାର ପାତ୍ର ଓ ବାଳକୃଷ୍ଣ ପାତ୍ର, ବିଇଓ ଅଫିସ କର୍ମଚାରୀ ବୃନ୍ଦ ଏବଂ ୧୬୮ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ନିଜର ଏକ ଦିନର ଦରମା ମୋଟ ୫ ଲକ୍ଷ ୫୮ ହଜାର ୮୭୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କରୋନା ମୁକାବିଲା ପାଇଁ ସହାୟତା ପ୍ରଦାନ କରିଛନ୍ତି। କରୋନା ମହାମାରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ ସକାଶେ ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିବେଦନ କ୍ରମେ ପୋଲସରା ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଗୋଟିଏ ଦିନର ଦରମା ସର୍ବମୋଟ୍ ୫ ଲକ୍ଷ ୫୮ ହଜାର ୮୭୦ ଟଙ୍କାର ଏକ ଚେକ୍ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି।କରୋନା ମହାମାରୀ ଭଳି ଜାତୀୟ ବିପତ୍ତିର ମୁକାବିଲା କରିବା ପାଇଁ ପୋଲସରା ବ୍ଲକ ପ୍ରାଥମିକ ଶିକ୍ଷକ ମହାସଂଘର କର୍ମକର୍ତ୍ତା ଦୁର୍ଗା ପ୍ରସାଦ ମହାପାତ୍ର , ସନ୍ନ୍ୟାସୀ ସାହୁ , ଦିଲ୍ଲୀପ କୁମାର ସେଠୀ , ଅମିତାଭ ମିଶ୍ର , ମଧୁସୂଦନ ବିଷୋୟୀ , କିରଣ କୁମାର ଖଟେଇ, କାହ୍ନୁଚରଣ ପଟ୍ଟନାୟକ ପ୍ରମୁଖଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଏହି ପାଣ୍ଠି ଅର୍ଥ ସଂଗ୍ରହ କରାଯାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ତ୍ରିପାଠୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ପୋଲସରା ଏଲିମେଣ୍ଟାରୀ ଶିକ୍ଷା ବିଭାଗର ଏଭଳି ମହତ୍ ଉଦ୍ୟମ ପାଇଁ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ , ତହସିଲଦାର ସୁକାନ୍ତ କୁମାର ମିଶ୍ର ସମସ୍ତ ଅଧିକାରୀ,ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here