ରାଜ୍ୟରେ ୩୯ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

0
335

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗୋଟିଏ ଦିନରେ ରାଜ୍ୟରେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଆଜି ଅପରାହ୍ନରେ ଭୁବନେଶ୍ବରରୁ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଗୋଟିଏ ଦିନରେ ରାଜ୍ୟରେ ମୋଟ୍ ୧୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ରାତିରେ କରୋନା ପଜିଟିଭରେ ଚିହ୍ନଟ ହୋଇଥିବା ୧୬ ଜଣଙ୍କ ମଧ୍ୟରୁ୧୫ ଜଣ ପୂର୍ବରୁ ସିଲ୍ ହୋଇଥିବା ବମିଖାଲ୍ ଅଞ୍ଚଳର। ଏବେ ଏହି ଅଞ୍ଚଳର ଥିବା ସମସ୍ତ ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନ୍ରେ ରଖାଯିବ। ଜନସାଧାରଣ ଭୟଭୀତ ନହୋଇ ଘରେ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି କହିଛି।

LEAVE A REPLY

Please enter your comment!
Please enter your name here