ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ ଜନତାଙ୍କ ଅଦ୍ଭୁତପୂର୍ବ ସମର୍ଥନ l

0
473

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା/ ଭଞ୍ଜ କିଶୋର ମହାରଣା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଦିଙ୍କ କରୋନା ସଂକ୍ରମଣ ଜନିତ ନିବେଦନକୁ ସାରା ଦେଶ ପାଳନ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ମିଳିଛି ଅଦ୍ଭୂତପୂର୍ବ ସମର୍ଥନ l ରବିବାର ଦିନ ବିଦ୍ୟୁତ ଲାଇଟ ବନ୍ଦକରି ରାତ୍ର ନଅ ଘଣ୍ଟ ସମୟରେ ନଅ ମିନଟ ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖି ସାମୁହିକ ଦୀପଦାନ, ମହମବତୀ, ଟର୍ଚ୍ଚ ଲାଇଟ କିମ୍ବା ମୋବାଇଲ ଫ୍ଲାସଲାଇଟ ଲଗାଇ ଏକତାର ପରିଚୟ ଦେବାସହ କରୋନାକୁ ପ୍ରତିହତ କରିବା ପାଇଁ ଦୃଢ ଇଛାଶକ୍ତିକୁ ଜାଗ୍ରତ କରିବା ଉଦେଶ୍ୟକୁ ଜନସାଧାରଣ ଅନୁଭବ କରି ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି l କେହି କେହି ଏହାଠୁ ପାଦେ ଆଗକୁ ଯାଇ ପୂର୍ଣ୍ଣକୁମ୍ଭ ବାଢିଥିବା ଦେଖାଦେଇଥିଲା l ବେଗୁନିଆପଡା ବ୍ଲକର ପ୍ରତ୍ୟେକ ଗ୍ରାମରେ ଜନସାଧାରଣ ଏହାକୁ ଅତ୍ୟନ୍ତ ଉତ୍ସାହର ସହ ପାଳନ କରିଥିଲେ l ଅନ୍ଧାରରେ ଆଲୁଅ ଜଳାଇବାର ଅଦ୍ଭୂତପୂର୍ବ ଦୃଶ୍ୟକୁ ଉଜାଗର କରିବା ଲୋକଙ୍କ ମନରେ ଶିହରଣ ସୃଷ୍ଟି କରିଥିଲା l ଏହା ଏକ ସକାରାତ୍ମକ କାର୍ଯ୍ୟ ଏବଂ ଏହାକୁ ପାଳନ କରି ଆମେ ନିଜକୁ ଧନ୍ୟ ମନେକରୁଛୁ ବୋଲି ବ୍ଲକବାସୀ ମତପୋଷଣ କରିଥିଲେ l ସୂଚନାଯୋଗ୍ୟ ଗତ ମାର୍ଚ୍ଚ 22 ରେ ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ ମଧ୍ଯ ପାଳନ କରି ବ୍ଲକବାସୀ ଏକତାର ପରିଚୟ ଦେଇଥିଲେ l

LEAVE A REPLY

Please enter your comment!
Please enter your name here