ଭଞ୍ଜନଗର ରେ ଭାରତ ବନ୍ଦର ପ୍ରଭାବ

0
534

ଭଞ୍ଜନଗର(ନିଲୁ ବିଷୋୟୀ ) ସମଗ୍ର ଦେଶରେ ଆଜି ସମ୍ମିଳିତ ଟ୍ରେଡ଼ ୟୁନିଅନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ଭଞ୍ଜନଗର ରେ ମଧ୍ୟ ଏହାକୁ ସମର୍ଥନ ଜଣାଇ କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଜନଵିରୋଧି ନିତି ବିରୋଧ ରେ ଆଜି ଭଞ୍ଜନଗର ରେ ବିଭିନ୍ନ ବ୍ୟାଙ୍କ୍, ଭାରତୀୟ ଜୀବନ ଵିମା, ଭାରତୀୟ ଡାକ ଵିଭାଗ ର ଅସ୍ଥାୟୀ କର୍ମଚାରୀ ଓ ବିଭିନ୍ନ ଶ୍ରମିକ ସଂଗଠନ ମାନେ ଏବଂ ଜିଲ୍ଲା କଂଗ୍ରେସ କମିଟିର ସକ୍ରିୟ ସଦସ୍ୟ ମାନେ ଯୋଗ ଦେଇ ଭାରତ ବନ୍ଦ୍ ଡାକରା କୁ ସଫଳ କରାଇଥିଲେ। ଏହାର ପ୍ରଭାବରେ ଭଞ୍ଜନଗର ରେ ଅଧିକାଂଶ ଦୋକାନ ବଜାର ,ସରକାରୀ ଏବଂ ଵେସରକାରି କାଯ୍ୟାଳୟ ଓ ଗାଡି ମୋଟର ଚଳାଚଳ ବନ୍ଦ୍ ରହିଥିଲା। ସେହିପରି ଭଞ୍ଜନଗର ଜିଲ୍ଲା କଂଗ୍ରେସ କମିଟିର ଆଜିର ଭାରତ ବନ୍ଦ୍ ଡାକରାର ମୂଳ ଉଦେଶ୍ୟ ଥିଲା ମୋଦୀ ସରକାରଙ୍କ ଶ୍ରମିକ, କୃଷକ ଓ ଜନବିରୋଧୀ ନୀତି ଏବଂ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଭଞ୍ଜନଗର ବସ୍ ଷ୍ଟାଣ୍ଡ୍ ଦିର୍ଘ ୨ ବର୍ଷ ହେଲା କାର୍ଯ୍ୟକ୍ଷମ ହୋଇ ନାହିଁ। ଭଞ୍ଜନଗର ମେଡ଼ିକାଲର ଵିଭିନ୍ନ ଅବ୍ୟବସ୍ଥା ଯଥା, ପ୍ରଶିକ୍ଷଣ ଡାକ୍ତର ଙ୍କ ଅଭାବ, ଵିଭିନ୍ନ ଉଚ୍ଚମାନର ଯନ୍ତ୍ରପାତି ର ଅଭାବ, ସରକାରୀ ମେଡ଼ିସିନ ଓ ସ୍ୱତନ୍ତ୍ର କୋଠା ର ଅଭାଵ। ନିୟନ୍ତ୍ରିତ ବଜାର କମିଟି , ଵିଭିନ୍ନ ମାର୍କେଟ କପ୍ଲେକ୍ସ, ଆଜି ପର୍ଯ୍ୟନ୍ତ କୋୖଣସି କାମରେ ଆସିପାରିଲାନି। କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ ଓ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାଵିଦ୍ୟାଳୟ ପରିସରରେ ଥିବା ଵିସ୍ତିନ୍ନ କ୍ରୀଡ଼ା ପରିସର ର ଉନ୍ନତି କରଣ ଆଜି ପଯ୍ୟନ୍ତ ହୋଇପାରିଲାନି। କେବଳ ନେତା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ରେ ସିମାବଦ୍ଧ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here