ବିଦ୍ୟୁତ ସଂସ୍ପର୍ଶରେ ଆସି ୩ ମୃତ ।

0
632

ବ୍ରହ୍ମପୁର:୨୧/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ) ବ୍ରହ୍ମପୁର ସହରର ଅଳକାପୁରୀ ଓ ଜଗଦଳପୁର ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା । ବିଦ୍ୟୁତ ସଂସ୍ପର୍ଶରେ ଆସି ତିନି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସହରର ଅଳକାପୁରୀ ପଞ୍ଚମ ଲାଇନରେ ଏକ ନବ ନିର୍ମିତ କୋଠା ନିର୍ମାଣ ବେଳେ ୧୧କେଭି ବିଦ୍ୟୁତ୍ ଲାଗି ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ଦୁଇ ଜଣ ହେଲେ ଘର ମାଲିକ ତଥା ସାଉଥକୋର କିରାଣୀ ଶରତ ଚନ୍ଦ୍ର ବେହେରା ଓ କାମ କରୁଥିବା ମିସ୍ତ୍ରୀ ଅରୁଣ କୁମାର ସାବତ । ଆଜି ଅପରାହ୍ନରେ ଘର କାମର ସେଣ୍ଟ୍ରିଂ ବାହାର କରୁଥିବା ବେଳେ ହଠାତ୍ ବିଦ୍ୟୁତ ତାର ଲାଗି ଯାଇଥିଲା । ପରେ ଉଭୟଙ୍କୁ ଗୁରୁତ୍ତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ସେହିଭଳି ସହର ଉପକଣ୍ଠ ଜଗଦଳପୁର ଗାଁରେ କାଳିଆ ସେଠୀ ନାମକ ଜଣେ ଦିନ ମଜୁରିଆ ଘରେ ଶୋଇଥିବା ବେଳେ ଫ୍ୟାନର କରେଣ୍ଟ ଲାଗି ମୃତ୍ୟୁ ବରଣ କରିଛି । ଏହି ଦୁଇଟି ପୃଥକ ପୃଥକ ଘଟଣାରେ ମୃତ୍ୟୁ ବରଣ କରିଥିବା ତିନି ଜଣଙ୍କ ଶବକୁ ବ୍ରହ୍ମପୁର ବଡ଼ ମେଡିକାଲରେ ବ୍ୟବଚ୍ଛେଦ କରାଯାଇଥିବା ବେଳେ ଏନେଇ ପୋଲିସ ତଦନ୍ତ କରୁଛି । ସେପଟେ ଏଭଳି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here