ପ୍ରଶାସନର ଦୃଷ୍ଟି ଆଢୁଆଳରେ କରନ୍ଦାଗଡ ଗାଁ ମୌଳିକ ସୁବିଧାରୁ ବଞ୍ଚିତ କରନ୍ଦାଗଡ ଗ୍ରାମବାସୀ

0
633

କୋଦଳା: 21/07/19(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଚନ୍ଦନପୁର ପଞ୍ଚାୟତ କରନ୍ଦାଗଡ ଗାଁ କହିଲେ ମନେପଡେ ନଗଡ଼ାର ଚିତ୍ର। ସରକାର ଅପହଞ୍ଚ ଇଲାକାର ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଆଦିବାସୀ, ଦଳିତଙ୍କ ପାଇଁ ମଧ୍ୟ ପଦକ୍ଷେପ ହେଉଛି। ସାରା ଦେଶ ଏବେ ଡ଼ିଜିଟାଲର ସ୍ବପ୍ନ ଦେଖୁଥିବା ବେଳେ ଏବେ ମଧ୍ୟ ଏମିତି ଗାଁ ରହିଛି ଯେଉଁଠି ନା ଅଛି ବିଦ୍ୟୁତ, ରାସ୍ତାଘାଟ। ଗ୍ରାମବାସୀମାନେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସବୁଥିରୁ ବଞ୍ଚିତ ହୋଇ ରହିଛନ୍ତି । ରୋଗହେଲେ ଖଟ ବା ଭାରରେ ବୁହାହୋଇ ଗଲେ ଜୀବନ ରହିବ ନହେଲେ ମୃତ୍ୟୁ ସୁନିଶ୍ଚିତ । ଏଭଳି ଏକ ଗାଁ ସବୁଠାରୁ ଅବହେଳିତ ଅବସ୍ଥାରେ ରହିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିକାଶର ବାର୍ତ୍ତା ଏଠାରେ ପହଞ୍ଚି ପାରିନାହିଁ। ଚନ୍ଦନପୁର ପଞ୍ଚାୟତର ସବୁଠାରୁ ଅବହେଳିତ ବଣ ଜଙ୍ଗଲ ଘେରା ଗାଁ କରନ୍ଦାଗଡ । କୋଦଳା ଠାରୁ ୨୨କିମି ଆଉ ପୋଲସରା ଠାରୁ ୩୦କିମି ଦୂରରେ ଅବସ୍ଥିତ ଯୁଆଡେ ଦେଖିବ ଖାଲି ଜଙ୍ଗଲ ଆଉ ଜଙ୍ଗଲ। ରାଜ୍ୟ ସରକାର ହୁଅନ୍ତୁ ବା କେନ୍ଦ୍ର ସରକାର ଗାଁ ରାସ୍ତାକୁ ସହରୀ ଭଳି କରିବାକୁ ଯୋଜନା କରିବା ପୂର୍ବକ କୋଟିକୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥିଲେ ହେଁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର କରନ୍ଦାଗଡ ଗାଁ ଲୋକେ ମାଟି କାଦୁଅ ରାସ୍ତାରେ ଆଜି ବି ଚଳପ୍ରଚଳ କରୁଛନ୍ତି ।ପାନୀୟ ଜଳ ସମସ୍ୟା ଦୂର ସହ ସମସ୍ତଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ କୋଟି କୋଟି ଟଙ୍କା ବିନିମୟରେ ପାନୀୟ ଜଳ ପ୍ରକଳ୍ପ କରାଯାଇଥିଲେ ହେଁ କରନ୍ଦାଗଡ ଗାଁ ବାସି କିନ୍ତୁ ଆଜିର ଦିନରେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଦୀର୍ଘବର୍ଷ ଧରି ଗ୍ରାମବାସୀ ମାନେ ବସବାସ କରୁଥିବା ବେଳେ ୧୫ଟି ପରିବାରର ୭୦ରୁ ଅଧିକ ଲୋକ ଗ୍ରାମରେ ବସବାସ କରୁଛନ୍ତି । ଗାଁ ତ ନୁହେଁ ଗୋଟାଏ ଅନ୍ଧାରି ଇଲାକା କହିଲେ ଅତ୍ୟୁକ୍ତି ହେବନାହିଁ। ଓଳିଏ ଖାଇଲେ ଆଉ ଓଳିଏ ଭୋକରେ ଛଟପଟ ହୁଅନ୍ତି । ସେହିପରି ଗ୍ରାମବାସୀଙ୍କ ପାଇଁ ସ୍ବାସ୍ଥ୍ୟ ସେବା ଅପହଞ୍ଚ। ପାହାଡ଼ ପର୍ବତଘେରା ଗ୍ରାମକୁ ରାସ୍ତା ନାହିଁ। କାହାକୁ ରୋଗ ହେଲେ ୧୦୨ କି ୧୦୮ ଆସିବା ସମ୍ଭବପର ନୁହେଁ। ଫଳରେ ରୋଗୀମାନଙ୍କୁ ଗ୍ରାମବାସୀମାନେ ଭାର କିମ୍ବା ଦୋଳା କରି ବୋହି ଜାନବିଲି ଗାଁକୁ ଆଣିବା ପରେ ବହୁତ ଦୂରତା ବ୍ୟବଧାନରେ ରୋଗୀର ଚିକିତ୍ସା କରିବାକୁ ପଡିଥାଏ। ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଶିଶୁମାନଙ୍କ ପାଠ ପଢ଼ିବା କଥା ତ ସ୍ବପ୍ନ ପାଲଟିଛି। ମୁଲମଜୁରୀ ଏବଂ ଜଙ୍ଗଲ ଉପରେ ଭରସା କରି ଜୀବନ ଜିଉଁଛନ୍ତି ଏମାନେ ପ୍ରଶାସନିକ ଅବହେଳାର ଶୀକାର ହୋଇଛନ୍ତି। ସବୁ ଦିଗରୁ ଅବହେଳିତ ଏହି ଗ୍ରାମକୁ ସରକାରଙ୍କ ଦୃଷ୍ଟି ଆଦୌ ନାହିଁ। ଏଠାରେ ରାସ୍ତା ସବୁଠାରୁ ବଡ ସମସ୍ୟା ହୋଇ ଠିଆ ହୋଇଛି। ଜଙ୍ଗଲ ଅଧିକାର ଆଇନ ଅନୁସାରେ ସେମାନଙ୍କୁ ପଟ୍ଟା ଯୋଗାଇ ଦିଆଯାଇନାହିଁ । ଯାହା ପାଇଁ ଲୋକମାନେ ପକ୍କା ଘରରୁ ବଞ୍ଚିତ ହୋଇ ଝୁମ୍ପୁଡି

LEAVE A REPLY

Please enter your comment!
Please enter your name here