ଲକ୍ଷାଧିକ ଟଙ୍କାର ନକଲି ଗୁଟଖା ଜବତ

0
481

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ ପ୍ରଣୟ ପଣ୍ଡା) : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦରଥାନା ପୋଲିସ ଓ କୁକୁଡାଖଣ୍ଡି ତହସିଲଦାର ମିଳିତ ଭାବେ ଚଢ଼ାଉ କରି ୨ଟି ମେସିନ, ୩୦୧ ବ୍ୟାଗ ନକଲି ଗୁଟଖା (ପ୍ରତ୍ୟେକରେ ୩୨ ପେକେଟ ଗୁଟଖା),ଗୁଟୁଖା ପେକିଙ୍ଗ ରିଲ ୩୮ ବଂଡଲ ଜବତ କରିଛନ୍ତି । ସୂଚନା ଅନୁଯାୟୀ,ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଲୋଚାପଡ଼ା ଗୁରୁଣ୍ଠି ରୋଡ ପାର୍ଶ୍ୱରେ ଥିବା ଟେକ୍ନୋ ପାର୍କ ଠାରେ ଦୀର୍ଘଦିନଧରି ଚାଲିଥିଲା ଏହି ନକଲି ପୁଡିଆ କାରଖାନା। ଏଠାରେ କିଛି ବିହାରି ଲୋକ ରହୁଥିବା ନେଇ ତହସିଲଦାର ଖବର ପାଇବା ପରେ ଚଢ଼ାଉ କରିଥିଲେ । ଉକ୍ତ ଘରର ମାଲିକ ହେଉଛନ୍ତି ବ୍ରଜନଗର ଅଞ୍ଚଳର ପ୍ରକାଶ ସାହୁ । ପ୍ରାୟ ୩ ଟ୍ରାକ୍ଟର ପରିମାଣର ଗୁଟଖା ଜବତ ହୋଇଛି । ପୋଲିସ ଏଠାରେ କାମ କରୁଥିବା ବିହାରର ୫ଜଣ ଓ ଲୋଚାପଡା ଅଞ୍ଚଳର ଜଣଙ୍କୁ ଗିରଫ କରିଥିବା ବେଳେ ବିଜେପି ଜିଲ୍ଲାପରିଷଦ ଙ୍କ ସହ ୫ ଜଣ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି । । ଏହି ଚଢ଼ାଉରେ କୁକୁଡାଖଣ୍ଡି ତହସିଲଦାର ଇପସିତା ପ୍ରିୟଦର୍ଶନୀ ମିଶ୍ର,ଅତିରିକ୍ତ ତହସିଲଦାର କଳାକୃଷ୍ନ ପ୍ରଧାନ,ଅମ୍ବିତ ମହାନ୍ତି,ସଦର ଏସଡିପିଓ ଜୟନ୍ତ ମହାପାତ୍ର,ସଦରଥାନା ଅଧିକାରୀ ସନ୍ତୋଷିନୀ ଓରାମ,ଏସଆଇ ବିନିତ ଶତପଥୀ, ବିଭୂତି ସେଠୀ,ସୁରେଶ ସାହୁ,ଧୋବା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସଦର ପୋଲିସ ଏକ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here