ବୃନ୍ଦାବନ ଏଣ୍ଡ ସନସର ମାଲିକଙ୍କ କରୋନା ଜନିତ ସହାୟତା, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନକଲେ ୧୫୦୦୦ ଟଙ୍କା

0
483

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା /ଭଞ୍ଜ କିଶୋର ମହାରଣା) : ସମ୍ପ୍ରତି କରୋନା ସଂକ୍ରମଣର ମୁକାବିଲା ପାଇଁ ଅନେକ ବଦାନ୍ୟ ଵ୍ୟକ୍ତି ସରକାରଙ୍କୁ ସହଯୋଗ କରିବା ଦେଖାଯାଉଛି l ଏହି କ୍ରମରେ ନିଜକୁ ସାମିଲ କରିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସ୍ଥିତ ସୁନାମଧନ୍ୟ ଲୁଗା ଦୋକାନ କେ. ବୃନ୍ଦାବନ ସେନାପତି & ସନସର ର ମାଲିକ କେ. ବାଲଜି କୁମାର ସେନାପତି l ସେ ଗୁରୁବାର ଦିନ କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକ ପ୍ରଧାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ପନ୍ଦର ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି।ବିଧାୟିକା ଉକ୍ତ ଚେକ କୋଦଳ ତହସିଲଦାର ପ୍ରଭାତ କୁମାର ପରିଡ଼ାଙ୍କୁ ଦେଇ ବ୍ୟାଙ୍କରେ ଡିପୋଜିଟି କରିବା ପାଇଁ କହିଥିଲେ।ଶ୍ରୀ ସେନାପତିଙ୍କ ବଦାନ୍ୟତାକୁ ବିଧାୟିକା, ତହସିଲଦାର, ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ବି ଡି ଓ ବେଦବର ପ୍ରଧାନ, ଥାନା ଅଧିକାରୀ ଦେବାଶିଷ ସାହୁ ଧନ୍ୟବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here