ବେଗୁନିଆପଡା ବ୍ଲକରେ ରାସନ କାର୍ଡଧାରୀଙ୍କୁ ଏକ ହଜାର ଟଙ୍କା ପ୍ରଦାନର ଶୁଭାରମ୍ଭ

0
442

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା /ଭଞ୍ଜ କିଶୋର ମହାରଣା) : କରୋନା ଯୋଗୁଁ ଲକ ଡାଉନରେ ଥିବା ଜନସାଧାରଣଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପୂର୍ବରୁ ଘୋଷିତ କରିଥିବା ବିଭିନ୍ନ ସହାୟତା ମଧ୍ୟରୁ ବୁଧବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ରାସନ କାର୍ଡଧାରୀଙ୍କୁ ୧୦୦୦ ଟଙ୍କା ସହାୟତା ପ୍ରଦାନର ଶୁଭାରମ୍ଭ କରାଯାଇଛି l ବ୍ଲକର ଖଣ୍ଡିଆନଈ ପଂଚାୟତର ତିରିଡା ଓ ମିରିଗିଲେଣ୍ଡି ଗ୍ରାମରେ ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ବଣ୍ଟନ କରାଯାଇଛି। ବିଡିଓ ବେଦବର ପ୍ରଧାନ, ଅଧ୍ୟକ୍ଷ ପ୍ରତିନିଧି ବିଜୟ କୁମାର ଦୋରା, ସରପଞ୍ଚ ପ୍ରତିନିଧି ଅକ୍ଷୟ କୁମାର ପ୍ରଧାନ, ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ବେହେରା ଏବଂ ପଂଚାୟତର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନ୍ଏଫ୍ସିଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା(ଏସ୍ଏଫ୍ଏସ୍ଏସ୍) ରେ ବ୍ଲକର ସମସ୍ତ ହିତାଧିକାରୀଙ୍କୁ ଏହି ସହାୟତା ପ୍ରଦାନ କରାଯିବ ବୋଲି ବିଡ଼ିଓ ଦେବବର ପ୍ରଧାନ ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here