ଭଞ୍ଜନଗର ରେ କୋରନା ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ

0
610

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଲକ୍ ଡାଉନ ସହ କରୋନାର ସଫଳ ମୁକାବିଲା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଓ ପଦକ୍ଷେପ ଆରମ୍ଭ ହୋଇଛି।ବିଶେଷ କରି ସତର୍କତା ଅବଲମ୍ବନ କରିବା ସହ ଲୋକଙ୍କ ସୁରକ୍ଷା ଉପରେ ବେଶ ଗୁରୁତ୍ୱ ଦିଆଯିବା ସହ ଲୋକ ମାନଙ୍କୁ ସଚେତନ କରାଯାଉଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭଞ୍ଜନଗର ଗସ୍ତରେ ଆସି ଉପଖଣ୍ଡ ମେଡିକାଲ, ସହର ମଧ୍ୟରେ ଥିବା ସି.ଟି ସ୍କୁଲ ଓ ୟୁ.ବି ହାଇସ୍କୁଲ ରେ ଆରମ୍ଭ ହେବାକୁ ଥିବା ଆଇସୋଲେସନ ଗୃହ ବୁଲି ସ୍ଥିତି ସମୀକ୍ଷା କରି କରିଥିବା ଜଣାପଡିଛି।ଅପରପକ୍ଷରେ ଏଯାବତ ରାଜ୍ୟ ବାହାରୁ ଆସି ୯୯୭ ଜଣ ପଞ୍ଜିକରଣ କରିଥିବା ବେଳେ ଦେଶ ବାହାରୁ ୩ ଜଣ ଆସିଥିବା ସୂଚନା ମିଳିଛି । ଜିଲ୍ଲାପାଳ ଙ୍କ ସମୀକ୍ଷା ସମୟରେ ଏଥିରେ ତାଙ୍କ ସହିତ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଶ୍ରୀ ଆଲୋକ କୁମାର ପ୍ରଧାନ, ଉପଖଣ୍ଡ ମେଡିକାଲ ଅଧିକ୍ଷକ ଶ୍ରୀ ସୀତାଂସୁ ଶେଖର ଶତପଥୀ,ଏସ.ଡି.ପିଓ ଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର, ବି.ଡି.ଓ ଶ୍ରୀ ଅନୀଲ କୁମାର ସେଠୀ, ଥାନା ଅଧିକାରୀ ଶ୍ରୀ ସୁଦୀପ୍ତ କୁମାର ସାହୁ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here