ଗଞ୍ଜାମର ଦୁର୍ଗମ ଅଞ୍ଚଳରେ ଗମନାଗମନ ବିପର୍ଯ୍ୟସ୍ତ, ପକ୍କା ରାସ୍ତା ନିର୍ମାଣ ପାଇଁ ଦାବି ।

0
604

ପୋଲସରା: ୨୧/୦୭/୧୯( ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଗଂଜାମ ଜିଲ୍ଲା ପୋଲସରା ଅଚଂଳରେ ଥିବା ଆଦିବାସୀ ଗ୍ରାମଗୁଡିକରେ ବିକାଶ ଆଜି ମଧ୍ୟ ଅପହଞ୍ଚ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀଙ୍କ ପାଈଁ ଯୋଜନା ପରେ ଯୋଜନା କରି ବିକାଶର ଧାରା ଆଗକୁ ନେଉଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ଏମିତି ଅନେକ ଗାଁ ରହିଛି ଯେଉଁଠି ସର୍ବନିମ୍ନ ମୌଳିକ ସୁବିଧା ପାଇବା ଗ୍ରାମବାସୀଙ୍କ ପାଇଁ ଯେମିତି ସ୍ୱପ୍ନ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ପୋଲସରା ବ୍ଲକ ଅନ୍ତର୍ଗତ ପୁଜିଂଆମା ଗ୍ରାମ। ଦେଶସ୍ବାଧିନ ହେବାର ଅନେକ ବର୍ଷ ବିତିଯାଇଥିଲେ ହେଁ ପୁଜିଂଆମା ଗାଁକୁ ଏକ ପକ୍କା ସଡକ ନଥିବା ହେତୁ ବହୁ ଅସୁବିଦାରେ ପଡିଥାନ୍ତି ଗ୍ରାମବାସୀ। ପକ୍କା ରାସ୍ତାଟିଏ ନଥିବା ଯୋଗୁଁ ଆମ୍ବୁଲାନ୍ସ ଆସିବା ମଧ୍ୟ ସମ୍ଭବପର ନୁହେଁ। ସେପଟେ ରାସ୍ତା ନଥିବା କାରଣରୁ ପିଲାଙ୍କୁ ସ୍କୁଲ ଜାତୟତରେ ମଧ୍ୟ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।
ଏହି ରାସ୍ତାକୁ ନେଈ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରାଯାଇଥିଲେ ହେଁ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ତୁରନ୍ତ ଏହି ସମସ୍ୟାର ସମାଧାନ କରାନଗଲେ ଆଗକୁ ସମ୍ପୃକ୍ତ ଇଲାକାର ଆଦିବାସୀମାନେ ମେଳିବାନ୍ଧିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚିନ୍ତା କରୁଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here