ଆଦର୍ଶ ବିଦ୍ୟାଳୟର ଆହତ ଛାତ୍ରଙ୍କୁ ଅର୍ଥିକ ସହାୟତା ରାଶି ପ୍ରଦାନ

0
604

ହିଂଜିଳିକାଟୁ (ନ୍ୟୁଜ୍ ଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକ ଅନ୍ତର୍ଗତ ଶାସନ ଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ର ଡ଼ି. ମହେଶ କୁମାର ଦୋରା ସ୍କୁଲ ଛୁଟି ହେବା ପରେ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଏକ ମୋଟର ସାଇକେଲ ଧକ୍କା ଦେବାରୁ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଛାତ୍ରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମ୍ କେ ସି ଜି ମେଡ଼ିକାଲରେ ଭର୍ତି କରାଯାଇଥିଲା। ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡାଙ୍କୁ ଜଣାଇଥିଲେ। ଗଂଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟର ଅଧ୍ୟକ୍ଷ ଆହତ ଛାତ୍ରଙ୍କ ବାସଭବନକୁ ଯାଇ ପରିବାର ବର୍ଗଙ୍କୁ ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ୧୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ ସ୍ବାସ୍ଥ୍ୟ ଅବସ୍ଥା ବୁଝିଥିଲେ।

LEAVE A REPLY

Please enter your comment!
Please enter your name here