ପଛଘୁଞ୍ଚା ଦେଉଛନ୍ତି ସମ୍ପର୍କୀୟ ଆଗେଇ ଆସୁଛନ୍ତି ବ୍ରହ୍ମପୁର ବିଧାୟକ

0
229

ବ୍ରହ୍ମପୁର: ବାରମ୍ବାର ଶବ ଶତ୍କାର କରି ଏକ ନୂତନ ମହାନାୟକ ପରିଚୟର ଅଧକାରୀ ହୋଇସାରିଲେଣି ବ୍ରହ୍ମପୁର ବିଧାୟକ ଵିକ୍ରମ ପଣ୍ଡା | ସୋମବାର ଦିନ ବ୍ରହ୍ମପୁର ଶରଧାବାଲି ତୃତୀୟ ଲାଇନ ଅଞ୍ଚଳର ଜଣେ ଏକ୍ସ ଆର୍ମୀ ସ୍ୱାମୀ ଙ୍କ ସ୍ତ୍ରୀ ଶ୍ରୀମତୀ ଅନିତା ସାବତ, ବୟସ ପ୍ରାୟ 55, ଏମ. କେ. ସି. ଜି. କାଜୁଏଲଟି ରେ ମୁର୍ତ୍ୟ ବରଣ କରିବା ପରେ ତାଙ୍କ ସ୍ୱାମୀ ଏବଂ ଦୁଈ ଝିୟ ତାଙ୍କର ସମସ୍ତ ପରିଚୟ ଲୋକଙ୍କୁ ସାହାଯ୍ୟ ମାଗି ବିଫଳ ଏବଂ ନିରାଶ୍ରୟ ହେବା ପରେ ଶେଷରେ ବ୍ରହ୍ମପୁର ବିଧାୟକଙ୍କୁ ଫୋନ ମାଧ୍ୟମରେ ସମସ୍ତ ବିଷୟ ଜଣାଇଲେ | ବିଧାୟକ ଏହା ଶୁଣି ତୁରନ୍ତ ଆମ୍ବୁଲାନ୍ସ, କାଠ, କୋକେଇ ଆଦି ସମସ୍ତ ଆବଶକୀୟ ଵେବସ୍ତା କରିବା ସହ ନିଜେ ଉପସ୍ଥିତ ରହି ଶେଷ କୃତ୍ୟ ସମ୍ପର୍ଣ୍ଣ କରାଇଲେ | କୋଭିଡ ଭୟରେ କେହି ସାହାଯ୍ୟ ପାଇଁ ଆସୁନଥିବା ବେଳେ ବିଧାୟକ ଯେଉଁ ସାହାସୀକତାର କାର୍ଯ୍ୟ କରୁଛନ୍ତି ତାହା ସାଧାରଣରେ ଚର୍ଚ୍ଚା ର ବିଷୟ ପାଲିଟିଛି | ଅସହାୟଙ୍କ ଶବ ସତ୍କାରର ସମସ୍ତ କାର୍ଯ୍ୟକ୍ରମ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଏବଂ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଅନୁଷ୍ଠିତ ହେଉଅଛି |

LEAVE A REPLY

Please enter your comment!
Please enter your name here