ବୁଗୁଡ଼ାରୁ ସନ୍ଦିଗ୍ଧ ରୋଗୀର ନମୁନା ନେଗେଟିଭ ବ୍ଲକ ରେ୧୦୫୭ ଓ ଏନଏସି ୧୦୭ ପଞ୍ଜୀକୃତ

0
371

ବୁଗୁଡା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା)
: ବୁଗୁଡ଼ା ବ୍ଲକରୁ ଜଣେ ସନ୍ଦିଗ୍ଧଙ୍କୁ ବ୍ରହ୍ମପୁର ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ତାଙ୍କର ନମୁନା ନେଗେଟିଭ ବାହାରିଲା ପରେ ବ୍ଲକ ପ୍ରଶାସନ ଆଶ୍ୱସ୍ତ ଲାଭ କରିଛି। ବିଦେଶରୁ ଆସିଥିବା ବ୍ଲକର ୨ ଜଣ ଓ ଏନଏସିର ୩ ଜଣ ମଧ୍ୟ ସୁସ୍ଥ ଥିବା ଜଣାପଡିଛି।ସେହିପରି ପରି ବାହାର ରାଜ୍ୟରୁ ବ୍ଲକକୁ ଆସିଥିବା ୧୦୫୫ ଜଣ ଏବଂ ଏନଏସିକୁ ଆସିଥିବା ୧୦୪ ଜଣ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଓ ଏନଏସି ଇଓ ରଶ୍ମିରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ସେହିପରି ଯେଉଁ ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନାହିଁ ସେଠାକୁ ଜେନେରେଟର ଯୋଗାଯାଇଥିବା ବିଡ଼ିଓ ଶ୍ରୀ ପାତ୍ର କରିଥିବା ବେଳେ ଏନଏସିର ପ୍ରତି ୱାର୍ଡରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପନିପରିବା ଓ ରାସନ ସାମଗ୍ରୀ ଯୋଗ ଯାଉଥିବା ଏନଏସି ଇଓ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। କରୋନା ସଂକ୍ରମଣ ବର୍ତ୍ତମାନ ଓଡ଼ିଶାରେ ୩ୟ ସ୍ତରକୁ ଅଗ୍ରଗତି କରୁଥିବା ବେଳେ ସମସ୍ତ ନାଗରିକ ସାମାଜିକ ଦୂରତା ବଜାୟ ରଖିବା ସହ ବାରମ୍ବାର ସାବୁନ ବା ହ୍ୟାଣ୍ଡ ୱାସ ଦ୍ୱାରା ହାତ ସଫା କରି ଘରେ ରହିବାକୁ ଦୁଇ ପ୍ରଶାସକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here