ଜେଲ ପଡ଼ିଆରେ ଭଞନଗର ପ୍ରଶାସନ ତରଫରୁ ଅସ୍ଥାୟୀ ପନିପରିବା ବଜାର

0
531

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): ପ୍ରଶାସନ ପକ୍ଷରୁ ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଉପେନ୍ଦ୍ର ଭଞ୍ଜ ଜେଲ ପଡ଼ିଆ ଠାରେ ଆଜି ଠାରୁ ସକାଳ ୭ଟା ରୁ ୧୨ ଟା ପର୍ଯ୍ୟନ୍ତ ଅସ୍ଥାୟୀ ପନିପରିବା ବଜାର ସବୁ ଖୋଲା ଯାଇଛି । ଏହା ପୂର୍ବରୁ ସହରର ଉଭୟ ପାର୍ଶ୍ୱରେ ପନିପରିବା ବଜାର ଖୋଲା ଯାଉଥିବା ବେଳେ ସହର ମଧ୍ୟରେ ପ୍ରବଳ ଗହଳି ଯୋଗୁଁ ଟ୍ରାଫିକ ଜାମ ଓ କୋରନା ଭୁତାଣୁ ବ୍ୟାପି ବାର ଅଧିକ ସମ୍ଭାବନା ଥିବାରୁ ଭଞ୍ଜନଗର ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଜେଲ ପଡ଼ିଆରେ ଅସ୍ଥାୟୀ ପନିପରିବା ବଜାର ହେବା ଯୋଗୁଁ ସୁଲଭ ମୂଲ୍ୟରେ ପନିପରିବା ସହ ସାମାଜିକ ଦୂରତା ବଜାୟ ରଖି ଅଞ୍ଚଳବାସୀ ନିଜ ନିଜର ଆବଶ୍ୟକତା ଅନୁସାରେ ଜିନିଷପତ୍ର କିଣିପାରୁଛନ୍ତି।

LEAVE A REPLY

Please enter your comment!
Please enter your name here