ନିରାଶ୍ରୟ, ଅସହାୟଙ୍କୁ ସାହାରାର ଆଶା, ଦେବଦୁତ ସାଜି ଯୁବ ସାମ୍ବାଦିକଙ୍କ ବଦାନ୍ୟତା ଜାରି

0
594

କୋଦଳା(ନ୍ୟୁଜଏକ୍ସଟ୍ରା/ସୁର୍ଯ୍ୟ ନାରାୟଣ ଷଡଙ୍ଗୀ): ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱର ଅଧିକାଂଶ ଅଞ୍ଚଳର ଅଧିବାସୀ ଲକ ଡାଉନ ରୂପକ ସାମାଜିକ ବନ୍ଧନରେ ଆବଦ୍ଧ l ମୁକୁଳିବାକୁ ଚାରା ନାହିଁ l ଇଛା ଥିଲେବି କେହିବି ସଚେତନ ନାଗରିକ ଏଥିରୁ ବାହାର ହେବାକୁ ଚାହିଁବନି l ଦିନକୁଦିନ କରୋନା ରାକ୍ଷସ ନିଜର କାୟା ବିସ୍ତାର କରି ଗିଳି ଚାଲିଛି ଅନେକ ନିରୀହ ଜୀବନ l ଥମିବାର ନା ଧରୁନାହିଁ l ଏହାକୁ କୌଣସି ଅସ୍ତ୍ର ମଧ୍ଯ କାଟୁ କରୁନାହିଁ l ବିଶ୍ୱର ବିତ୍ତଶାଳୀ ରାଷ୍ଟ୍ରମାନେ ମୁଣ୍ଡ ନୁଆଁଇ ଆତ୍ମସମର୍ପଣ କରିବାରେ ଲାଗିଛନ୍ତି l ତେଣୁ ଏହା କବଳରୁ ରକ୍ଷା ପାଇବାର କେବଳ ଗୋଟାଏ ଉପାୟ – ସାମାଜିକ ଦୂରତ୍ୱ l ସରକାର ଏଥିପାଇଁ ସମସ୍ତଙ୍କୁ ଘରେ ରହିବାକୁ ବାଧ୍ୟ କରିଛନ୍ତି l ଏବଂ ଜୀବିକା ପାଇଁ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି l କିନ୍ତୁ ବିଡମ୍ବନାର ବିଷୟ, ବହୁ ନିରାଶ୍ରୟ, ଅସହାୟ, ଭିକାରି ଶ୍ରେଣୀର ବ୍ୟକ୍ତି ଯେଉଁ ମାନଙ୍କର ମୁଣ୍ଡ ଗୁଞ୍ଜିବାକୁ ରାହାନାହିଁ ସେମାନଙ୍କ ଅବସ୍ଥା ଅସମ୍ଭାଳ l ଏମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ମଧ୍ୟ ବିଭିନ୍ନ ସଂଗଠନ, ସ୍ବେଛାସେବୀ, ପୁଲିସ କର୍ମଚାରୀ, ପ୍ରଶାସନ ଆଦି ନିଜ ମୁତାବକ ସାହାଯ୍ୟ କରୁଥିବା ପରିଲକ୍ଷିତ ହେଉଛି l କିନ୍ତୁ ଯେଉଁ ମାନେ ନଜର ଆଢୁଆଳରେ ରହି ଯାଉଛନ୍ତି, ସେମାନଙ୍କ ଅବସ୍ଥା ବହୁତ ସାଙ୍ଘାତିକ ହେବାରେ ଲାଗିଛି l ହେଲେ ଅରକ୍ଷିତକୁ ଦଇବ ସାହା ଭଳି ଜଣେ ଯୁବ ସାମ୍ବାଦିକ ପବିତ୍ର କୁମାର ରାଉତ ଏଥିରେ ନିଜକୁ ନିୟୋଜିତ କରିଛନ୍ତି l ପବିତ୍ରଙ୍କ ଘର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବଡ ଖଇରୀଖମା ପଞ୍ଚାୟତ ଅନ୍ତର୍ଗତ ଥୁଆମୂଳ ଗ୍ରାମରେ l ସେ ଦୁଃଖୀ ରଙ୍କିଙ୍କ ପାଇଁ ଦେବଦୁତ ପାଲଟିଛନ୍ତି l ବେଗୁନିଆପଡା ଓ କୋଦଳା ଅଞ୍ଚଳରେ ଏଭଳି ଜୀବନ ଅତିବାହିତ କରୁଥିବା ବ୍ୟକ୍ତିମାନଙ୍କୁ ଖୋଜି ଖୋଜି ଆହାର ପ୍ରଦାନ କରିବା ସହ ମାସ୍କ ବାଣ୍ଟିବାରେ ଲାଗିଛନ୍ତି l ତାଙ୍କର ଏହି କାର୍ଯ୍ୟକୁ ଜନସାଧାରଣ ଭୁରିଭୁରି ପ୍ରଶଂସା କରିଛନ୍ତି l

LEAVE A REPLY

Please enter your comment!
Please enter your name here