ହୋମ କ୍ୱାରନଟାଇନ ଅଡେର ଥିବା ଲୋକ ମାନଙ୍କ ଘରେ ପୋଷ୍ଟେର ଲଗାଇଲା ଭଞ୍ଜନଗର ପ୍ରଶାସନ।

0
509

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): କୋରନା କୁ ନେଇ ଭଞ୍ଜନଗର ପୋଲିସ ଓ ପ୍ରଶାସନ ପକ୍ଷରୁ ଲକ୍ଡାଉନ କୁ କଡ଼ାକଡ଼ି କରାଯାଇଥିବା ବେଳେ Home quarantine under ଥିବା ଲୋକ ମାନଙ୍କ ଘରେ ପୋଷ୍ଟେର ଲଗାଇ ଚିହ୍ନଟ କରାଯାଇଛି। ଅନ୍ୟ ପଟେ ଭଞନଗର ଉପଖଣ୍ଡ ମେଡିକାଲ ରେ ବର୍ତ୍ତମାନ ସୁଦ୍ଧା ୩୭୬ ଜଣ ପଞ୍ଜିକରଣ କରାଇଥିବା ସୂଚନା ମିଳିଛି। ପଞ୍ଜିକରଣ କରାଇଥିବା ଲୋକ ମାନକୁ ପ୍ରଶାସନ ପକ୍ଷରୁ ଘରେ ରହିବ ସହ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ସହ ସଚେତନତା କରାଯାଇଛି ସୂଚନାଯୋଗ୍ୟ ଏହି ଅଞ୍ଚଳରେ ଅଧିକାଂଶ ଲୋକ ବାହାର ରାଜ୍ୟ ସୁରଟ,କେରଳ,ତାମିଲନାଡୁ ଏବଂ ବିଦେଶରୁ ମଧ୍ୟ ଅନେକ ଯୁବକ ଯୁବତୀ ଆମେରିକା, କୁଏତ,ଚୀନ, ଜାପାନ ରୁ ଫେରିଥିବା ରୁ ପ୍ରଶାସନ ତରଫରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଅପରପକ୍ଷରେ ସହରାଞ୍ଚଳରେ ପୋଲିସ ଓ ପ୍ରଶାସନର ମିଳିତ ଭାବେ ଫ୍ଲାଗମାର୍ଚ୍ଚ କରାଯାଇ ସଚେତନତା କରାଯିବ ସହ ପୁରା ସହରରେ ହାଇ ଆଲର୍ଟ ଜାରି କରାଯାଇଛି ଓ ନିୟମ ଉଲଂଘନ କରୁଥିବା ଲୋକ ମାନଙ୍କ ବିରୋଧରେ ପୋଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଥିବା ବେଳେ ଗ୍ରାମାଞ୍ଚଳ ମାନଙ୍କରେ ଏବେ ମଧ୍ୟ ଲୋକ ମାନେ ଲକ୍ ଡାଉନ କୁ ମାନୁ ନଥିବାର ଦେଖାଯାଉଛି। ପୋଲିସ ଓ ପ୍ରଶାସନ ପକ୍ଷରୁ ଗ୍ରାମାଂଚଳ ମାନଙ୍କରେ ଅଧିକ ସଚେତନ ସହ ପ୍ରେଟ୍ରୋଲିଂ କୁ କଡାକଡି କରାଯାଉଛି।

LEAVE A REPLY

Please enter your comment!
Please enter your name here