ବିଶିଷ୍ଟ ସମାଜସେବୀ ସୁଧାଂଶୁ ମୋହନ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

0
355

ବ୍ରହ୍ମପୁର: ଗଜପତିନଗର କଲ୍ୟାଣମଣ୍ଡପଠାରେ ବିଶିଷ୍ଟ ସମାଜସେବୀ ସୁଧାଂଶୁମୋହନ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଡକ୍ଟର ଜଗନମୋହନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସୁଧାଂଶୁଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ବିଶିଷ୍ଟ ସମାଜସେବୀ କିଶୋରଚନ୍ଦ୍ର ପଣ୍ଡା, ବିଶିଷ୍ଟ ମଞ୍ଚ ଉପସ୍ଥାପକ ହୃଷିକେଶ ପାଣିଗ୍ରାହୀ, କର୍ପୋରେଟର ସମୀର ମିଶ୍ର, ପ୍ରଦୀପ୍ତ ପଟ୍ଟନାୟକ, ଗଜପତିନଗର ଉନ୍ନୟନ ପରିଷଦ ସଭାପତି ରାଜେନ୍ଦ୍ର ପଣ୍ଡା, ଆଇନଜୀବୀ କୃଷ୍ଣଚନ୍ଦ୍ର ପଣ୍ଡା, ଡିଏସ୍‌ପି ଅଜୟ ମିଶ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସୁଧାଂଶୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଟିମ୍‌ କ୍ଲିନ୍‌ସିଟି, ଗଜପତିନଗର ଉନ୍ନୟନ ପରିଷଦ କର୍ମକର୍ତ୍ତ।ଙ୍କ ସମେତ ସୁଧାଂଶୁଙ୍କ ମାତା ତଥା ସ୍ଵର୍ଗତ ତାରାପ୍ରସାଦ ମହାପାତ୍ରଙ୍କ ଧର୍ମପତ୍ନୀ ରେଣୁପ୍ରଭା ମହାପାତ୍ର, କକା ତଥା ଶିକ୍ଷାବିତ୍‌ ସନ୍ତୋଷ ମହାପାତ୍ର, ଦଣ୍ଡପାଣି ମହାପାତ୍ର, ଟି ପ୍ରେମାଞ୍ଜଳୀ, ସୁରେନ୍ଦ୍ର ପାତ୍ର, ନିର୍ମଳ ପାଢ଼ୀ, ସୁରଜିତ ପାଣିଗ୍ରାହୀ, ବିନୟ ପଣ୍ଡା, ପ୍ରକାଶ ପଟ୍ଟନାୟକ, ସୁଦିପକୁମାର ସାହୁ, ରାଜେଶ ସାହୁ, ରଶ୍ମୀରେଖା ମିଶ୍ର, ଚିରଂଜିତ ରାଜଗୁରୁ, ଶିବରାମ ଚୌଧୁରୀ, ଗୋପାଳ ପଟ୍ଟନାୟକ, ନାଗେଶ୍ବର ପୃଷ୍ଟି, ନାରାୟଣ ମହାଙ୍କୁଡ, ରବିନାରାୟଣ ମହାରଣା ପ୍ରମୁଖ ସୁଧାଂଶୁଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। ଅଖିଳମୋହନ, ନିଖିଳ ମୋହନ, ପ୍ରିୟାଂଶୁଙ୍କ ସମେତ ବିଶାରଦ ପରିବାରର ସଦସ୍ୟ, ସକାଳ ପରିବାର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here