ଜନତା କର୍ଫ୍ୟୁ କୁ ଭଞ୍ଜନଗର ଅଞ୍ଚଳବାସୀଙ୍କ ପୁର୍ଣ ସମର୍ଥନ

0
963

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆବାହନ ରେ ସାରା ଦେଶରେ ସକାଳ ୭ଟା ରୁ ରାତି ୯ତା ପର୍ଯ୍ୟନ୍ତ ପାଳିତ ହେଉଥିବା ଜନତା କର୍ଫ୍ୟୁ କୁ ଆଜି ଭଞ୍ଜନଗର ଅଞ୍ଚଳବାସୀ ମଧ୍ୟ ପୁର୍ଣ ସମର୍ଥନ କରିଛନ୍ତି। ଭଞ୍ଜନଗର ସହର ସମେତ ଗାଁ ମାନଙ୍କରେ ମଧ୍ୟ ଲୋକମାନେ ନିଜ ନିଜର ଘରେ ରହି ଏହି କର୍ଫ୍ୟୁ କୁ ପାଳନ କରୁଛନ୍ତି। ଆଜି ସକାଳ ୭ଟା ରୁ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସମସ୍ତ ପ୍ରକାର ଗମନାଗମନ ସୁବିଧା ସୁଯୋଗ ମଧ୍ୟ ବନ୍ଦ ରହିଛି। କେବଳ ମେଡିକାଲ ଓ ଔଷଧୀୟ ଦୋକାନ ଖୋଲା ରହିଛି। କହିବାକୁ ଗଲେ ଏକ ପ୍ରକାରର ଜନଶୂନ୍ୟ ହୋଇ ପଡିଛି ପୁରା ଅଂଚଳ। ପ୍ରଶାସନ ପକ୍ଷରୁ ମଧ୍ୟ ତ୍ରିସ୍ତରୀୟ ସ୍କ୍ୱାର୍ଡ ଗଠନ କରାଯାଇ ପ୍ପ୍ରାଟ୍ରୋଲିଂ କରାଯାଉଛି। ବର୍ତ୍ତମାନର ପରିସ୍ଥିତି କୁ କେବଳ ସଚେତନତା ମାଧ୍ୟମରେ ହିଁ କୋରନା ଭୂତାଣୁ କୁ ପ୍ରତିରୋଧ କରାଯାଇପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here