ବେଲଗୁଣ୍ଠା ବ୍ଳକ୍ ରେ “ମୋ ନିବେଦନ” କାର୍ଯ୍ୟକ୍ରମ

0
241

ବେଲଗୁଣ୍ଠା:ରାଜ୍ୟ ସରକାରଙ୍କ “ମୋ ସରକାର” କାର୍ଯ୍ୟଧାରା ଅନୁଯାୟୀ ଜନସାଧାରଣଙ୍କ ଆପତ୍ତି ଅଭିଯୋଗର ଶୁଣାଣି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏକ ସୁନ୍ଦର ପଦକ୍ଷେପ ହାତକୁ ନେଇଛନ୍ତି ।କରୋନା କଟକଣା ଯୋଗୁଁ ଜନସାଧାରଣଙ୍କ ପାଇଁ ସରକାରୀ କାର୍ଯ୍ୟାଳୟ ମନା ହୋଇଥିବା ବେଳେ ଏଥିପାଇଁ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା ।ଏଥିପାଇଁ ଜିଲ୍ଲାପାଳ “ମୋ ନିବେଦନ” କାର୍ଯ୍ୟକ୍ରମ ଜରିଆରେ ଅନ୍ ଲାଇନ ଦ୍ୱାରା ବିଭିନ୍ନ ସମାସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ ।ଏହି ଅବସରରେ ବେଲଗୁଣ୍ଠା ବ୍ଳକରେ ଗତ ଶନିବାର ଠାରୁ “ମୋ ନିବେଦନ” କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୁଷଣ ମହାପାତ୍ର,ତହସିଲଦାର ସରୋଜ କୁମାର ବେହେରା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ରହି ବେଲଗୁଣ୍ଠା ବ୍ଲକର ୧୮ ପଞ୍ଚାୟତର ଜନ ପ୍ରତିନିଧି,ଜନସାଧାରଣ ଙ୍କ ସହ ଭିଡିଓ ମାଧ୍ୟମରେ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇଥିଲା ।ମନରେଗାର ୩,ଗ୍ରାମୀଣ ଆବାସ ଯୋଜନାରେ ୨୯,ପେନସନ୍ ପାଇଁ ୩୪ ଏବଂ ଅନ୍ୟାନ୍ୟ ଯୋଜନା ପାଇଁ ୨୧ ଭାବରେ ସର୍ବମୋଟ ୮୭ ଟି ଆପତ୍ତି ଅଭିଯୋଗର ଶୁଣାଣି ହୋଇଥିଲା ।ଏଥିମଧ୍ୟରୁ ସଙ୍ଗେ ସଙ୍ଗେ ଯାଞ୍ଚ କରାଯାଇ ୨୦ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ବେଲଗୁଣ୍ଠା ବିଡିଓ ଶଶି ଭୁଷଣ ମହାପାତ୍ର ପ୍ରକାଶ କରିଛନ୍ତି ।ପ୍ରତ୍ୟେକ ଶନିବାର ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ ଜଣାଇଛନ୍ତି ।

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here