ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

0
464

ଡାବୁଗାଁ(ଗଗନ ଗନ୍ତାୟତ) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ଶନିବାର କାରୋନା ନିୟମ ଅନୁଯାଇ ପାଳିତ ହୋଇଯାଇଛି | ଏଥିରେ ଦୁଇ ବୀର ପୁତ୍ର ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ମହାପୁରୁଷ ଙ୍କର ସ୍ମୃତିଚାରଣ କରାଯାଇଥିଲା | ପ୍ରଧାନଶିକ୍ଷକ ତଥା ଅଧ୍ୟକ୍ଷ ସୁକାନ୍ତ କୁମାର ସ୍ଵାଇଁ ଙ୍କ ତତ୍ଵାବଧାନରେ ବିଦ୍ୟାଳୟର ସମସ୍ତ ଶ୍ରେଣୀ ଗୃହ ଓ ବିଦ୍ୟାଳୟ ପରିସର କୁ ସାନିଟାଇଜ କରାଯାଇଥିଲା | ଏଥିରେ ଶିକ୍ଷୟତ୍ରୀ ଆରତୀ ବିଶୋୟୀ, ରଶ୍ମୀରାଣୀ ପଣ୍ଡା, ବିନୀତା ଠାକୁର, ରଶ୍ମୀରଞ୍ଜୀତା ନାୟକ, ଇତିଶ୍ରୀ ପ୍ରଧାନ, କିରଣମାଳା ତିର୍କୀ, କେ॰ ଦମୟନ୍ତୀ ଦୋରା, ପି ଭି ମାଲେଶ୍ଵରୀ, ସୁଦେସ୍ନା ଜତି, କଳ୍ପନା ଉଥ୍ହାନ ସିଂ ଏବଂ ଶିକ୍ଷକ ସୁକାନ୍ତ ସରକାର, ଦୀପ୍ତିରଞ୍ଜନ ବେହେରା, ସନାତନ ଭୋଇ, ଯୋଗୀନ୍ଦ୍ର ରାଉତ, ମହେଶ୍ଵର ନାଥ ଓ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here