ବଜ୍ରପାତରେ ଯୁବତୀଙ୍କ ମୃତ୍ୟୁ ।

0
1021

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା/ ନିଲୁ ବିଶୋଇ) : ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଡୁମାକୁମ୍ପ। ଗ୍ରାମ ପଞ୍ଚାୟତର ନୂଆ ହାତୀଗୁଡା ଗ୍ରାମର ଶତ୍ରୁଘନ ପୋଲାଇଙ୍କ ଝିଅ ଟିକି ପୋଲାଇ(୧୭) ।ଆଜି ଦିନ ୧୧ ଟା ବେଳେ ନିଜ ବିଲରେ ଉଭୟ ମା ଓ ବାପାଙ୍କ ସହ ମୁଗ ତୋଲୁ ଥିବା ବେଳେ ହଠାତ ମେଘ ସହ ବଜ୍ରପାତ ହେବାରୁ ଉଭୟ ମା ଓ ଝିଅ ତଳେ ପଡି ଯାଇଥିଲେ । ତେବେ ମାଆ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥିବା ବେଳେ ଝିଅ ଟିକିର ଅବସ୍ଥା ଗୁରୁତର ହୋଇ ପଡିଥିଲା। ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଟିକି କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ନେଇ ଥିଲେ। କିନ୍ତୁ ସେଠାରେ ଡାକ୍ତର ଟିକି କୁ ମୃତ ଘୋଷଣା କରିଥିଲେ। ଅପର ପକ୍ଷରେ ରାଜସ୍ୱ ବିଭାଗର ଅଧିକାରୀ ମାନେ ହାତୀଗୁଡା ଗ୍ରାମରେ ପହଂଚି ସମସ୍ତ ସରକାରୀ ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here