ବିଭିନ୍ନ ପଞ୍ଚାୟତରେ କରୋନା ପାଇଁ ବିଧାୟିକାଙ୍କ ସଚେତନତା ବାର୍ତ୍ତା l

0
529

କୋଦଳା (ନ୍ୟୁଜଏକ୍ସଟ୍ରା/ସୂର୍ଯ୍ୟ ନାରାୟଣ ଷଢଙ୍ଗୀ) : ଜନସାଧାରଣଙ୍କୁ କରୋନା ଭାଇରସରୁ ବଞ୍ଚାଇବା ପାଇଁ ବିଶ୍ୱର କୋଣ ଅନୁକୋଣରେ ସଚେତନ କରାଯାଉଛି l ଏଥିପାଇଁ ବିଶ୍ୱ ଏକ ପ୍ରକାର ଠପ ହୋଇପଡିଛି l କାରଣ ଏହାର ଉପସ୍ଥିତି ଭୟଙ୍କର ରୂପନେବାକୁ ବସିଲାଣି l ସମସ୍ତେ ଆତଙ୍କିତ ଥିବାବେଳେ ଆଜିକାଲି ସୋସିଆଲ ମିଡ଼ିଆରେ ଏହାର ଏହାର ଦୁରୁପଯୋଗ ଯୋଗୁଁ ଏହାର ଅପପ୍ରଚାର ଲୋକଙ୍କୁ ଆହୁରି ଭୟଭୀତ କରିଦେଇଛି l ତେଣୁ ଏଥିରୁ ବର୍ତ୍ତିବା ପାଇଁ ବିଭିନ୍ନ ଜନ ପ୍ରତିନିଧି, ପ୍ରଶାସନ, ବୁଦ୍ଧିଜୀବୀମାନେ ଆଗକୁ ଆସି ଜନସାଧାରଣଙ୍କୁ ସଚେତନ କରିବାରେ ଲାଗିଛନ୍ତି l ଏହାର ପ୍ରକୃତ କାରଣ, ନିରାକରଣ, ପ୍ରତିକାର ଆଦି ସମ୍ବନ୍ଧରେ ଲୋକଙ୍କୁ ଜାଗୃତ କରାଯାଉଛି l ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ପହଂଚି ଲୋକଙ୍କୁ ସଚେତନ କରିଛନ୍ତି l ସେ ଆଜି ବେଗୁନିଆପଡା ବ୍ଲକର ଖଣ୍ଡିଆନଇ କଲ୍ୟାଣ ମଣ୍ଡପ ଠାରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରି ମର୍ଦ୍ଦକୋଟ, ଚିଙ୍ଗୁଡ଼ିଖୋଲ, ଖଇରୀଖମା, ତାଳସର ପଞ୍ଚାୟତ ସମେତ କେତେକ ପଞ୍ଚାୟତରେ ପହଂଚି ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ l ଏହି ମାରାତ୍ମକ ଭୁତାଣୁ ଠାରୁ ରକ୍ଷା ପାଇବା ପାଇଁ ନିୟମିତ ସାବୁନରେ ହାତ ଧୋଇବା, ମୁହଁରେ ଟିସୁ ଵା ରୁମାଲ ବ୍ୟବହାର କରିବା, କୌଣସି ଜାଗାରେ ଏକାଠି ନହୋଇ ଅଧିକାଂଶ ସମୟ ଘରେ ରହିବା, ଛୁଆ ମାନଙ୍କୁ ନଜରରେ ରଖିବା, ଅସୁସ୍ଥ ହେଲେ କାହା କଥା ନଶୁଣି ସିଧା ଡାକ୍ତରଙ୍କ ପରାମର୍ଶ ନେବା ଆଦି ଉପରେ ଲୋକଙ୍କୁ ବୁଝାଇଥିଲେ l

LEAVE A REPLY

Please enter your comment!
Please enter your name here