କରୋନା ସମ୍ପର୍କିତ ଗୁଜବ ପ୍ରଚାର କରି ବ୍ରହ୍ମପୁରରେ ୨ଜଣ ଗିରଫ

0
1412

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ବ୍ରହ୍ମପୁର ସହରରେ କରୋନା ସଂକ୍ରମଣ ସମ୍ପର୍କରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ଗିରଫ ବ୍ୟକ୍ତି ଦୁଇ ଜଣ ହେଲେ ବଡ଼ବଜାର ଥାନା ଅନ୍ତର୍ଗତ ଜଉରା ସାହିର ସୁବାସ ଚନ୍ଦ୍ର ସାହୁ ଓ ସୁଧାକର ସାହୁ | କରୋନା ସଂକ୍ରମଣ ସମ୍ପର୍କିତ ମିଥ୍ୟା ଖବର ପ୍ରଚାର ନକରିବା ପାଇଁ ବାରମ୍ବାର ସତର୍କ କରାଯାଉଥିଲେ ମଧ୍ୟ ଲୋକମାନେ ଏପରି ଗୁଜବ କରିବାକୁ ପଛାଉନାହାନ୍ତି । ଏହି ଦୁଇଜଣଙ୍କର ବଡ ବଜାର ଅଞ୍ଚଳରେ ଦୋକାନ ଥିବାବେଳେ ସ୍ଥାନୀୟ ଲୋକଙ୍କୁ କରୋନା ସମ୍ପର୍କରେ ମିଥ୍ୟା ଖବର ପ୍ରଚାର କରି ବ୍ୟବସାୟୀଙ୍କ ମନରେ ଅଶାନ୍ତ ବାତାବରଣ ସୃଷ୍ଟି କରିଥିଲେ । ଜିଲ୍ଲା ପ୍ରଶାସନ ପାଖରେ ଖବର ପହଞ୍ଚିବା ପରେ ପୋଲିସକୁ ଖବର ଦିଆଯାଇଥିଲା ଏବଂ ପୋଲିସ ସେ ଦୁହିଁଙ୍କୁ ଗିରଫ କରିଛନ୍ତି | ଉଭୟଙ୍କ ନାମରେ ଧାରା ୧୧୩ ସିଆରପିସି ଓ ଧାରା ୧୦୭ରେ ମାମଲା ରୁଜୁ ହୋଇଛି |

LEAVE A REPLY

Please enter your comment!
Please enter your name here