ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ୨୨ ଦାଦନ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ତା ନିରୀକ୍ଷଣ।

0
703

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କୋରନା ଭୂତାଣୁକୁ ନେଇ ଜଣସାଧାରଣ ଭୟବିତ ଥିବାବେଳେ ୧୪୪ ଧାରା ଜାରି କରାଯାଇଛି। ଏଥି ସହିତ ମେଡିକାଲକୁ ଲୋକମାନେ ମଧ୍ୟ ପ୍ରାୟ ଆଉ ଯାଉନାହାଁନ୍ତି। କେବଳ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନେ ଯାଉଥିବା ଲକ୍ଷ୍ୟ କରାଯାଇଛି। ସେପଟେ କୋରନା ଭୟରେ ରାଜ୍ୟ ବାହାରେ କାମ କରୁଥିବା ହଜାର ହଜାର ଦାଦନ ଶ୍ରମିକ ନିଜ ଗାଁ କୁ ଫେରି ଆସୁଛନ୍ତି। ଅପର ପକ୍ଷରେ ଭଞ୍ଜନଗର ଉପଖଣ୍ଡ ମେଡିକାଲରେ କୋରନା ଭୂତାଣୁ ସଚେତନତା କେନ୍ଦ୍ର ଓ ସ୍ୱତନ୍ତ୍ର ଗୃହ ଖୋଲା ଯାଇଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୨୨ ଜଣ ଦାଦନ ଶ୍ରମିକ ନିଜ ନିଜର ନାମ ପଞ୍ଜିକରଣ କରାଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ତା ନିରୀକ୍ଷଣ କରାଯାଉଥିବା ସୂଚନା ମିଳିଛି ।ଅନ୍ୟ ପଟେ ଭଞ୍ଜନଗର ବଜାର ଶୂନ୍ୟ ହୋଇପଡିଛି। କୋରନାକୁ କିଭଳି ପ୍ରତିରୋଧ କରାଯିବ ସେ ନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ପଦକ୍ଷେପ ନିଆଯାଉଛି

LEAVE A REPLY

Please enter your comment!
Please enter your name here