ପରିବେଶ ସୁରକ୍ଷା ନେଇ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ

0
161

ଛତ୍ରପୁର : ପରିବେଶ ସୁରକ୍ଷା ନିମନ୍ତେ ଯଶୋଦା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମରେ ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ସ୍ଥାନୀୟ ସରପଂଚ ଭଗବାନ ବେହେରା ଓ ଗ୍ରାମର ମହିଳା ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ବିଭିନ୍ନ ରକମର ବୃକ୍ଷ ରୋପଣ କରିଥିଲେ । ଏହା ସହିତ ଗ୍ରାମର ବହୁ ମହିଳା ମାନଙ୍କୁ ନଡିଆ, ଡାଳିମ୍ବ, ପିଜୁଳି, ସାପଟା, ଲେମ୍ଭୁ, ବାଦାମ, ଓଉ ଭଳି ବିଭିନ୍ନ ରକମର ୨୦୦ ରୁ ଉର୍ଦ୍ଧ୍ୱ ଚାରା ବଣ୍ଟନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଟ୍ରଷ୍ଟି ଶ୍ରୀମତି ପଣ୍ଡା, ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳୀ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here