ଉପଜିଲ୍ଲାପାଳଙ୍କ ଲକ ଡାଉନ ସ୍ଥିତି ସମୀକ୍ଷା ; ଅମାନିଆ ଗଣିଲେ ୧୨ହଜାର ଟଙ୍କା

0
522

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି | ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପ୍ରଶାସନ ତରଫରୁ ତପ୍ତରତା ଦେଖିବାକୁ ମିଳିଛି | ଆଜି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଏନ. ଏ. ସି କାର୍ଯ୍ୟାଳୟ ଗସ୍ତ କରି ସହରରେ ଲକ ଡାଉନ ସ୍ଥିତି ସମ୍ପର୍କରେ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ | ସହରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଦୋକାନ ନଖୋଲିବା, ଦୋକାନରେ ସାମଜିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା, ସମେତ ସରକାରଙ୍କ ଲକ ଡାଉନ ନିୟମ ଜନସାଧାରଣ କିପରି ଠିକ ଭାବେ ପାଳନ କରିବେ ସେଥିପ୍ରତି କର୍ମଚାରୀ ଦୃଷ୍ଟି ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି | ଆଜି ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏବଂ ତହସିଲଦାର ଭଞ୍ଜନଗର ର ଆଲୋକ କୁମାର ପ୍ରଧାନ ସହରର ବିଭିନ୍ନ ସ୍ଥାନରେ ଲକ ଡାଉନ ନିୟମ ଅବମାନନାକାରୀଙ୍କ ଠାରୁ ୧୨ହଜାର ଜୋରିମାନା ମଧ୍ୟ ଆଦାୟ କରିଛନ୍ତି |

LEAVE A REPLY

Please enter your comment!
Please enter your name here