ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ବିଧାୟକଙ୍କ ଦ୍ୱାରା ପ୍ରତି ୱାର୍ଡରେ ହେବ ସଚେତନତା ସଭା

0
442

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ସମ୍ପାଦକ ପ୍ରଣୟ ପଣ୍ଡା): ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଶନିବାର ବ୍ରହ୍ମପୁର ବିଧାୟକ ନିଗମର ୪୦ଟି ୱାର୍ଡରେ କୋରନା ଭାଇରସ୍ ଠାରୁ କିପରି ସତର୍କ ରହିବେ ସେ ନେଇ ସଚେତନତା ସଭା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ଦିନ ନିଗମର ୧ନମ୍ବର ୱାର୍ଡ ଅନ୍ତର୍ଗତ ହରିଡାଖଣ୍ଡି ଗ୍ରାମରେ ଅଙ୍ଗନୱାଡ଼ି କର୍ମୀ,ଆଶାକର୍ମୀ ମାନଙ୍କୁ ନେଇ ଏକ ସଚେତନତା ସଭା କରାଯିବା ସହ କୋରନା ଭାଇରସ୍ ଠାରୁ ଦୂରରେ ରୁହନ୍ତୁ,ନିଜକୁ ସୁରକ୍ଷିତ ରଖନ୍ତୁ ସ୍ଲୋଗାନ ଦିଆଯାଇଥିଲା । ବାହାରୁ ଆସିଲେ ସାବୁନରେ ହାତ ଧୋଇବା,ଥଣ୍ଡା ଜ୍ୱର ଓ ଛିଙ୍କୁଥିବା ଲୋକଙ୍କ ଠାରୁ ଏକ ମିଟର ଦୂରରେ ରହିବା,ସାନିଟାଇଜର ଓ ମାସ୍କ ବ୍ୟବହାର କରିବା,ଜନଗହଳି ସ୍ଥାନକୁ ନ ଯିବା ଇତ୍ୟାଦି ବିଷୟରେ ପରାମର୍ଶ ଦେଇଥିଲେ । ଗତ ଶୁକ୍ରବାର ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ କୋରନା ଭାଇରସ୍ ଠାରୁ କିପରି ସତର୍କ ରହିବା,ସନ୍ଦେଶ ବିଧାୟକଙ୍କୁ ଦେଇସଚେତନ କରାଇଥିଲେ । ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇ ଲୋକଙ୍କୁ ସଚେତନତା କରାଇବା ପାଇଁ ବିଧାୟକମାନଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ । ସହରବାସୀଙ୍କୁ ସଭା ସମିତି ଆଦି ନକରିବା ସହ କୋରନା ଭାଇରସ୍ ଠାରୁ ଦୂରରେ ରହିବା ପାଇଁ ନିଜେ ନିଜେ ସତର୍କ ହେବା ସହ ଅନ୍ୟମାନଙ୍କୁ ସତର୍କ କରାଇବା ପାଇଁ ପରାମର୍ଶ ଦିଆଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ପ୍ରତି ୱାର୍ଡରେ କାର୍ଯ୍ୟରତ ଆଶାକର୍ମୀ ଓ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବା ପାଇଁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେଡି ନେତା ସଞ୍ଜିତ ପାଣିଗ୍ରାହୀ, ତୁମ୍ବନାଥ ପଣ୍ଡା, ମଦନ ଦଳାଇ, ଦଣ୍ଡପାଣି ନାୟକ, ବିଜୟ ସାମଲଙ୍କ ସମେତ ବହୁ ବିଜେଡି ନେତା,ସିଡିପିଓ ବିଜୟଲକ୍ଷ୍ମୀ ନାୟକ, ଅଙ୍ଗନୱାଡ଼ି ସୁପରଭାଇଜର ମିନତୀରାଣୀ ପଣ୍ଡା, ଓ ୧ନମ୍ବର ୱାର୍ଡର ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here