ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ଗୁମ୍ମା ବ୍ଲକରେ କଂଗ୍ରେସ ଦଳର ପ୍ରଚାର ଜୋର ଧରିଛି

0
321

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ରେ ଆଗକୁ ହେବାକୁ ଥିବା ତ୍ରୀସ୍ତରୀୟ ପାୟତିରାଜ ନିର୍ବାଚନ ରେ ଗୁମ୍ମା ବ୍ଲକର ଜିଲ୍ଲା ପରିଷଦ ସଭ୍ୟ ଜନ୍ ନଂ ୩ର ସଭ୍ୟ ଶ୍ରୀମତୀ ରେଣୁକା ପାତ୍ର ତାଙ୍କର ଗୁମ୍ମା ବ୍ଲକର ଜନ୍ ନଂ ୩ର ପଞ୍ଚାୟତ ଗୁଡିକ ଗାଁ କୁ ଗାଁ ବୁଲି ଲୋକଙ୍କ ସହିତ ମିଶି ଭୋଟ ଭିକ୍ଷା କରିଛନ୍ତି। ରେଣୁକା ପାତ୍ର ହେଉଛନ୍ତି ଗୁମ୍ମା ବ୍ଲକର କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ବହୁ, କୃଷ୍ଣ ଚନ୍ଦ୍ର ପାତ୍ର ହେଉଛନ୍ତି ଗୁମ୍ମା ବ୍ଲକର ଭୀଷ୍ମ ପିତାମହ ଭାବେ ପରିଚିତ। ଗୁମ୍ମା ବ୍ଲକ ହେଉଛି କଂଗ୍ରେସର ଗନ୍ତାଘର। ବର୍ତମାନ ଜିଲ୍ଲା ପରିଷଦ ଜନ୍ ନଂ ୩ରେ ସମସ୍ତ ପଞ୍ଚାୟତ ରେ ପ୍ରତ୍ୟେକ ଗ୍ରାମକୁ ଯାଇ ହୃଦୟ ର ସହିତ ଭୋଟ ଭିକ୍ଷା କରିଛନ୍ତି। ଶ୍ରୀ କ୍ରୃଷ୍ଣଚନ୍ଦ୍ର ପାତ୍ର ଓ ରେଣୁକା ପାତ୍ର ସମସ୍ତ ଙ୍କୁ ଅବଗତ କରାଉଛନ୍ତି ଯେ ବିଜେପି କେନ୍ଦ୍ରରେ ଲୋକଙ୍କୁ ତେଲ ନୁଣ ରେ କିମ୍ବା ଚାଷୀ ଆତ୍ମହତ୍ୟା, ଚାଷୀ ମାରଣ ନୀତି, ଗ୍ୟାସ୍ ସିଲିଣ୍ଡର୍, ପେଟ୍ରୋଲ, ଡିଜେଲ୍,ଓ ଖାଇବା ତେଲ ବୃଦ୍ଧି ଉପରେ ଏବଂ ରାଜ୍ୟ ସରକାରଙ୍କ ଲଗାତାର ଶାସନ ଚଲାଇଥିବା ବେଳେ ଦୀନକୁ ଦୀନ ନାରୀ ହତ୍ୟା, ସମସ୍ତ ଯୋଜନା ବିଫଳ,ବେରଜଗାରି ବୃଦ୍ଧି, କରେଣ୍ଟ,ଦର ବୃଦ୍ଧି, ସମସ୍ତ ଯୋଜନା ନାମକୁ ମାତ୍ର ଦେଶରେ ପ୍ରଥମ ମୁଖ୍ୟମନ୍ତ୍ରୀ ଏହି ସମସ୍ତ ବିଷୟବସ୍ତୁ କୁ ଆଧାର କରି ଗାଁ କୁ ଗାଁ ବୁଲି ଲୋକଙ୍କୁ ଅବଗତ କରାଯାଉଥିବା ଦେଖିବାକୁ ମିଳିଛି। ଏଠାରେ ଶାସକ ଦଳର ମଙ୍ଗୁଆ ନେତା ମାନେ ଆସୁଥିବା ବେଳେ ଲୋକଙ୍କୁ କେତେ ପ୍ରଭାବିତ କଲେ ଗୁମ୍ମା ବ୍ଲକର କେବେ ହେଲେ ବିଜେଡି ବିଜେପି ସ୍ଥାନ ଅଧିକାର କରିବ ନାହିଁ ବୋଲି ପ୍ରଚାର ରେ ଲୋକ ଙ୍କ ପାଖରେ ଉପସ୍ଥାପନ କରୁଥିବା ଦେଖିବାକୁ ମିଳିଛି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here