କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ; ନିମୋନିଆ ସନ୍ଦେହ

0
442

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଜଣେ କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଭର୍ତ୍ତି କରାଯାଇଥିଲା । ନୋଡାଲ ଅଫିସର ଡାକ୍ତର ଉମାଶଙ୍କର ମିଶ୍ରଙ୍କ ସୂଚନା ମୁତାବକ, ଉକ୍ତ ବ୍ୟକ୍ତିଙ୍କୁ ପ୍ରବଳ ଛିଙ୍କ ଓ କାଶ ହେବା ଯୋଗୁଁ ସେ କାଳେ କରୋନା ଭାଇରସ ଆକ୍ରାନ୍ତ ହୋଇଥିବେ ସନ୍ଦେହ କରାଯାଇ ପରିକ୍ଷା କରାଯାଇଥିଲା । ତାଙ୍କର ପରିକ୍ଷା ରିପୋର୍ଟ ନେଗେଟିଭ ବାହାରି ଥିବା ଯୋଗୁଁ ସେ ନିମୋନିଆରେ ପୀଡ଼ିତ ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ତାଙ୍କୁ ଏମକେସିଜିରେ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ରଖାଯାଇଥିଲା । ସେ ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳର ଜଣେ ଶ୍ରମିକ ଓ ୧୧ ତାରିଖରେ ଆବୁଧାବିରୁ ଫେରିଥିଲେ। । କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ଭୟକୂଳ ପରିବେଶ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here