ଗଜପତି ଏସପିଙ୍କ ଦ୍ୱାରା ମହିଳା ପରିଚାଳିତ ପିଙ୍କ ଅଟୋ ସେବାର ଶୁଭାରମ୍ଭ

0
462

ଗଜପତି (ନ୍ୟୁଜଏକ୍ସଟ୍ରା/ସମ୍ପାଦକ ପ୍ରଣୟ ପଣ୍ଡା) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନା ପରିସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ମହିଳାଙ୍କ ଦ୍ୱାରା ପରିଚାଳିତ ଦୁଇଟି ପିଙ୍କ ଅଟୋର ଶୁଭାରମ୍ଭ ଆରକ୍ଷୀ ଅଧକ୍ଷକ ସାରା ଶର୍ମା କରିଛନ୍ତି । ସେ ଗୁଡିକ ଏଣିକି ପାରଳାଖେମୁଣ୍ଡି ସହରରେ ଚାଲିବ ବୋଲି ଜଣାପଡିଛି । ପୁଣି ସାହାଯ୍ୟର ହାତ ବଢାଇ ଗଜପତି ଏସପି ସାରା ଶର୍ମା ନିଜର ମହନିୟତାର ପରିଚୟ ଦେଇଛନ୍ତି । ଦୁଇଜଣ ମହିଳା ଜେ.ଇଶ୍ୱରୀ ଓ ଋତୁ ଶର୍ମା ଏହି ଫିଙ୍କ ଅଟୋ ଚଳାଇ ଆତ୍ମ ନିର୍ଭରଶୀଳ ହେବାପାଇଁ ଆଗେଇ ଆସିଥିଲେ । ଏହି ପିଙ୍କ ଅଟୋ କିଣିବାପାଇଁ ଆବଶକୀୟ ଋଣ ଓ ପ୍ରଶିକ୍ଷଣ ପାଇଁ ଖୋଦ୍ ଆରକ୍ଷୀ ଅଧିକ୍ଷକ ଆଗେଇ ଆସି ତାଙ୍କୁ ସହଯୋଗ କରିଥିଲେ । ଏହି ଦୁଇ ଜଣ ମହିଳା ସାହାସିକତାର ସହ ଅଟୋ ଚଲାଇବାକୁ ନିର୍ଣ୍ଣୟ ନେଇଥିବାରୁ ତାଙ୍କୁ ଏସପି ଶର୍ମା ପ୍ରଶଂସା କରିଥିଲେ । ଏହି ମହିଳାମାନେ ଅଟୋ ଚଳାଇବା ଦ୍ୱାରା ଅନ୍ୟ ମହିଳାମାନେ ମଧ୍ୟ ତାଙ୍କ ଠାରୁ ଅନୁପ୍ରାଣୀତ ହୋଇ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଏହି କାର୍ଯ୍ୟକ୍ରମରେ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥି, ଏସ୍ଡିପିଓ ପ୍ରକାଶ ଚନ୍ଦ୍ର ଜେନା, ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଓ.ଏଲ୍.ଏମ୍.ର ପ୍ରକଳ୍ପ ପରିଚାଳିକା ପ୍ରିୟମ୍ବଦା ବିଶୋୟୀ, ଆକାକ୍ଷାଂ ମହିଳା ସଂଗଠନର ମୁଖ୍ୟ ମିନାକ୍ଷୀ ସାହୁ ପ୍ରମୁଖ ଉପସ୍ଥିତଥିଲେ । ଏତଦ ବ୍ୟତୀତ ପୌରପରିଷଦ ଏବଂ ଓଡିଶା ଜିବୀକା ମିଶନ ପକ୍ଷରୁ ମଧ୍ୟ ତାଙ୍କୁ ସହଯୋଗ ମିଳିଥିଲା । ଏହି ନିସ୍ୱାର୍ଥାଭାବ କାର୍ଯ୍ୟ ପାଇଁ ଜନସାଧାରଣଙ୍କ ଠାରୁ କୃତଜ୍ଞତା ଓ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ଏସପି ସାରା ଶର୍ମା ।

LEAVE A REPLY

Please enter your comment!
Please enter your name here