ସରକାରୀ ଅର୍ଥ ବାଟମାରଣା ଅଭିଯୋଗରେ ସରପଞ୍ଚ ଗିରଫ

0
575

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ଭଞ୍ଜନଗର ବ୍ଲକର ମୁଜାଗଡ଼ ପଞ୍ଚାୟତରେ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ଚାଉଳ ଓ ଗହମ ହଡପ ହୋଇଥିବା ଅଭିଯୋଗ ରେ ସରପଞ୍ଚ ଶିବ ଶଙ୍କର ପ୍ରଧାନ ଙ୍କୁ ପୋଲିସ ଗତକାଲି ସନ୍ଧ୍ୟାରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଭଞ୍ଜନଗର ବି ଡି ଓ ଅନିଲ କୁମାର ସେଠୀ ପଞ୍ଚାୟତ ରେ ଗଛିତ ଚାଉଳ ଓ ଗହମ କୁ ଯାଞ୍ଚ କରିବାରୁ ପ୍ରାୟ ୬୧ କ୍ୱିଣ୍ଟାଲ ଚାଉଳ ଓ ୪ କ୍ୱିଣ୍ଟାଲ ଗହମ ର ସଠିକ ହିସାବ ମିଳିନଥିଲା।ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।ସରକାରୀ ଅର୍ଥ ବାଟମାରଣା ହୋଇଥିବାରୁ ବାଧ୍ୟ ହୋଇ ବି ଡି ଓ ଶ୍ରୀ ସେଠୀ ସରପଞ୍ଚ ଶିବ ଶଙ୍କର ପ୍ରଧାନ,ପି ଇ ଓ ରଜନୀ ପ୍ରଧାନ ଓ ଯୋଗାଣ ସହାୟକ ସୋମନାଥ ବେହେରାଙ୍କ ନାମରେ ଥାନାରେ ଏତଲା ଦେବାପରେ ଅଭିଯୋଗ ଆଧାରରେ ପୋଲିସ ସରପଞ୍ଚ ଶ୍ରୀ ପ୍ରଧାନ ଗିରଫ କରି କୋର୍ଟ ଚାଲାଣକରିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here