ଟ୍ରେନ ରଖିବାକୁ ଭୁଲି ଗଲେ ଷ୍ଟେସନ ମାଷ୍ଟର , ଯାତ୍ରୀ ହେଲେ ହଇରାଣ ।

0
561

ରାଜଗାଙ୍ଗପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କେନ୍ଦ୍ର ସରକାର ରେଳବାଇ କୁ ଯାତ୍ରୀଙ୍କ ସୁବିଧା ଉପଯୋଗୀ କରିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ଆଜି କିନ୍ତୁ କର୍ମଚାରୀଙ୍କ ଭୁଲ ଯୋଗୁ ଯାତ୍ରୀଙ୍କୁ ହଇରାଣ ହେବାକୁ ପଡିଲା । ସୂଚନା ଅନୁସାରେ ବିହାରର ପାଟନା ରୁ ଛତିଶଗଡ଼ର ବିଳାସପୁର କୁ ଯାଉଥିବା ସାପ୍ତାହିକ ସୁପର ଫାଷ୍ଟ ଟ୍ରେନ ନଂ 22844 ରାଜଗାଙ୍ଗପୁର ଷ୍ଟେସନରେ ରହଣିର ଆଦେଶ ଥିବା ବେଳେ ଆଜି ଟ୍ରେନଟି ବିଳମ୍ବରେ ଦ୍ୱିପହର ୨.୨୫ ସମୟ ରେ ରାଜଗାଙ୍ଗପୁର ଷ୍ଟେସନରେ ପହଞ୍ଚିବାର ଥିଲା । ଲୋକେ ନିଜ ବ୍ୟାଗ ପତ୍ର ଧରି ଏହି ଟ୍ରେନରେ ନିଜ ଗନ୍ତବ୍ୟ ସ୍ଥାନକୁ ଯିବା କୁ ଷ୍ଟେସନରେ ଛିଡା ହୋଇଥିବା ବେଳେ ଷ୍ଟେସନ ମାଷ୍ଟରଙ୍କ ଭୁଲ ସିଗନାଲ ଯୋଗୁ ଟ୍ରେନ ଟି ଛିଡା ନ ହୋଇ ଦ୍ରୁତ ଗତିରେ ମଝି ଟ୍ରାକରେ ଚାଲିଯାଇଥିଲା । ଟ୍ରେନ ଚାଲିଯିବା ପରେ ଷ୍ଟେସନ ମାଷ୍ଟ୍ରର ନିଜ ଭୁଲ ବୁଝି ପାରି ଟ୍ରେନ ଟିକୁ ଗରପୋଷ ଷ୍ଟେସନରେ ଅଟକାଇ ଥିଲେ । ରାଜଗାଙ୍ଗପୁରରୁ ଏହି ଟ୍ରେନ ରେ ଯିବାକୁ ଟିକେଟ କାଟି ଥିବା ଶହେରୁ ଅଧିକ ଲୋକଙ୍କୁ ପରେ ଇସ୍ପାତ ଏକ୍ସପ୍ରେସରେ ଗରପୋଷ ପଠାଇଥିବା ବେଳେ ରାଜଗାଙ୍ଗପୁରରେ ଓଲ୍ଲାହିବାକୁ ଥିବା ୫୦ରୁ ଅଧିକ ଯାତ୍ରୀଙ୍କୁ ସମ୍ବଲପୁର ବନାରସ ଟ୍ରେନ ଯୋଗେ ପୁଣି ରାଜଗାଙ୍ଗପୁରକୁ ଅଣାଯାଇଥିଲା । ଷ୍ଟେସନ କତ୍ତୃପକ୍ଷଙ୍କ ଭୁଲ ଯୋଗୁ ଟ୍ରେନ୍ ରେ ଯାତ୍ରା କରୁଥିବା ଲୋକଙ୍କୁ ହଇରାଣ ହେବାକୁ ପଡିଥିଲା । ସୂଚନା ଅନୁଯାୟୀ ଟ୍ରେନ ରେ ଏସ୪ ବଗିର ସିଟନଂ 40 ରେ ଯାତ୍ରା କରୁଥିବା ଭୋଲା ସିଂ (୭୨) ନାମକ ଜଣେ ବରିଷ୍ଟ ନାଗରିକଙ୍କ ଖୋଜ ଖବର ତାଙ୍କ ପରିଜନ ପାଇ ପାରିନ ଥିଲେ ବୋଲି ଅଭିଯୋଗ ହୋଇଥିଲା । ଏ ନେଇ ଆମେ ଷ୍ଟେସନ ମାଷ୍ଟରଙ୍କୁ ପଚାରିବାରୁ ସେ ଭୁଲ ହୋଇଗଲା କହି ଆଉ କିଛି କହିବାକୁ ମନା କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here