ଦିଗପହଣ୍ଡି ବ୍ଲକ ଠିକାଦାର ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚିତ

0
485

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସ୍ଥାନୀୟ ଗୁପ୍ତେଶ୍ଵର ଶୈବ ପୀଠ ପରିସରରେ ଦିଗପହଣ୍ଡି ବ୍ଲକ ଠିକାଦାର ସଂଘର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସର୍ବ ସମ୍ମତି କ୍ରମେ ସଭାପତି ଭାବେ ରଞ୍ଜନ କୁମାର ପାଣିଗ୍ରାହୀ, ଉପସଭାପତି ସୁବାସ ଚନ୍ଦ୍ର ପ୍ରଧାନ, ସମ୍ପାଦକ ପ୍ରଦୀପ କୁମାର ପଣ୍ଡା, ସହ ସମ୍ପାଦକ କୈଳାସ ସାହୁ, କୋଷାଧକ୍ଷ ବୁଲୁ ସାହୁ, ଉପଦେଷ୍ଟା ମନୋଜ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଥିଲା। ସେହିପରି ଏକ ଦଶ ଜଣିଆ କୋର କମିଟି ଗଠନ କରାଯାଇଥିଲା। ସର୍ବ ସମ୍ମତି କ୍ରମେ କୋର କମିଟି ସଭାପତି ଭାବେ ଯୁବ ସମାଜସେବୀ ସଞ୍ଜୟ କୁମାର ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଥିଲା। କୋର କମିଟି ମଧ୍ୟରେ ଅଶୋକ କୁମାର ସ୍ବାଇଁ, ରାଧାକୃଷ୍ଣ ମହାଙ୍କୁଡ, ନୀଳମାଧଵ ଗୌଡ଼, ବ୍ରଜ ସ୍ୱାଇଁ, ଚିତ୍ରସେନ ଗୌଡ଼, ସୀମାଞ୍ଚଳ ସ୍ବାଇଁ, ସଞ୍ଜୟ ସାହୁ, ଅଶୋକ ସାହୁ, ଶିଵଶଙ୍କର ପାଢ଼ୀ, ଗୋପାଳକୃଷ୍ଣ ସାହୁ ଓ ପ୍ରଭାକର ରେଡ୍ଡୀ ପ୍ରମୁଖ କମିଟିରେ ରହିଥିବା ଜଣା ପଡ଼ିଛି। ଅନ୍ୟ ମାନଙ୍କ ମଧ୍ୟରେ ସନ୍ତୋଷ ଜେନା, ରଘୁନାଥ ସାମନ୍ତରାୟ, ମନୋଜ ପଟନାୟକ, ଦୀବରାଜ ସେଠୀ, ଅଳୟ ସେଠୀ ପ୍ରମୁଖ ଠିକାଦାର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ଠିକାଦାର ମାନଙ୍କ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମୟରେ ସାମଗ୍ରୀ ଉପରେ କର, ରାଜସ୍ୱ ବିଭାଗର ଦୋମୁଁହା ନୀତି ଅବଲମ୍ବନ ସଦୃଶ କଟକଣା, ରୟାଲିଟି ମୂଲ୍ୟକୁ ଦୁଇଗୁଣ କରିବା, ନିର୍ଦ୍ଧାରିତ ଦରଠାରୁ କାମ ମୂଲ୍ୟରେ ଟେଣ୍ଡର ନପକାଇବା ଆଦି ବିଷୟ ବସ୍ତୁ ଉପରେ ଆଲୋଚନା କରାଯାଇଥିଲା। ବ୍ଳକ୍ ର ବିଭିନ୍ନ ଅଞ୍ଚଳର ଠିକାଦାର ମାନେ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ସମସ୍ୟା ନେଇ ଆସନ୍ତା ଦିନରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଗୋଚର କରାଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here