ବୋମା ଗିଳି ଗାଈ ମୃତ

0
899

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ହରଡ଼ାଖଣ୍ଡି ନୂଆଁ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ଗାଈଟି ଚରୁଥିବା ବେଳେ ଲୁଚା ଯାଇଥିବା ବୋମା ଫୁଟି ଗାଈଟି ଗୁରୁତର ଅବସ୍ଥାରେ ପଡ଼ି ରହିଥିବାର ସୋସିଆଲ ମିଡ଼ିଆ ମାଧ୍ୟମରେ ଖବର ପ୍ରକାଶ ପାଇବା ମାତ୍ରେ ଗୋରୁ ଗାଈ ସେବାରେ ନିୟଜିତଥିବା ସମାଜସେବୀ ଲଲାଟେନ୍ଦୁ ଚୌଧୁରୀ, ଟିମ୍ କ୍ଲିନ୍ ସିଟିର ସଦସ୍ୟ ଅସିତ୍ କୁମାର ସାବତ, ହେଲ୍ପିଂ ହେଣ୍ଡ ରେସ୍କ୍ କ୍ୟାରେର ସଦସ୍ୟ ମାନେ ଏବଂ କିଛି ସ୍ବେଚ୍ଛାସେବୀଙ୍କ ସହ ଘଟଣା ସ୍ଥଳେ ପହଞ୍ଚି ପ୍ରଥମେ ପଶୁ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରି ଘଟଣାସ୍ଥଳକୁ ପଶୁ ଚିକିତ୍ସାଳୟର ଡକ୍ଟରଙ୍କୁ ଡାକି ସଂଗେ ସଂଗେ ଗାଈଟିର ଆଘାତ ଲାଗିଥିବା ମୁହଁକୁ ଅସ୍ତ୍ରୋପଚାର କରାଯାଉଥିବା ବେଳେ ଖାଉଟି ଗୁରୁତର ଅବସ୍ଥାରେ ଥିବାରୁ ଗାଇଟି ର ମୃତ୍ୟୁ ଘଟିଛି ..। ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୫:୩୦ ଘଣ୍ଟା ସମୟରେ ଗାଈଟି ଗାଈ ମାଲିକଙ୍କ ବାରିପଟେ ଚଳୁଥିବା ବେଳେ ବାମ୍ ଫୁଟି ଗାଈଟି ଗୁରୁତର ଆହତ ହଇଥିଲା। ଦୁଇ ଦିନ ତଳେ ଏକ ଘୁଷୁରୀ ମଧ୍ୟ୍ୟ ଅଳିଆ ଗଦା ରୁ ଅଳିଆ ଖାଇବା ପାଇଁ ଯିବା ବେଳେ ଲୁଚା ଯାଇଥିବା ବୋମା ଫୁଟି ମରି ଯାଇଥିବା ଅଞ୍ଚଳ ବାସୀ ସୂଚନା ଦେଇଛନ୍ତି । ବର୍ତମାନ ଘଟଣା ସ୍ଥଳରେ ବଡ଼ ବଜାର ପୁଲିସ ଅଧିକାରୀ ପ୍ରଶାନ୍ତ ଭୂପତି ପହଞ୍ଚି ତଦନ୍ତ ଜାରି ରଖିଛନ୍ତି..।

LEAVE A REPLY

Please enter your comment!
Please enter your name here