ପାଳଗଦାରେ ନିଆଁ ଲାଗି ୪ଶିଶୁ ଗୁରୁତ୍ତର; ବ୍ରହ୍ମପୁର ବଡ ମେଡିକାଲରେ ୩ଶିଶୁଙ୍କ ମୃତ୍ୟୁ ଓ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

0
575

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଗଞ୍ଜାମ ଜିଲ୍ଲାର ପୋଲସରାର ଏକ ଗାଁରେ ପାଳଗଦାରେ ନିଆଁ ଲାଗି ଜଳିଗଲେ ୪ ଶିଶୁ । ସେମାନଙ୍କ ମଧ୍ୟରେ ୩ ପୁଅ ଥିବା ବେଳେ ଜଣେ ଝିଅ ଥିଲା । ତେବେ ଶିଶୁଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଭାଗ ନିଆଁରେ ପୋଡିଯାଇଥିବା ବେଳେ ସମସ୍ତ ଗୁରୁତ୍ତରଙ୍କୁ ପୋଲସରା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ପାଳଗଦାରେ ଖେଳୁଥିବା ବେଳେ ନିଆଁ ଲାଗିଯାଇଥିଲା । ସୂଚନା ଅନୁସାରେ,ପୋଲସରା ଥାନା ଅନ୍ତର୍ଗତ ଖରିଛଟା ଗାଁରେ ଏଭଳି ଏକ ହୃଦୟବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଖରିଛଟା ଗାଁର ୪ଜଣ ଶିଶୁ ଜିଅନ୍ତା ଜଳିଯାଇଛନ୍ତି । ତେବେ ଖଳାରେ ଥିବା ପାଳଗଦା ନିକଟରେ ଖେଳୁଥିବା ସମୟରେ ହଠାତ୍ କୌଣସି କାରଣରୁ ପାଳଗଦାଟିରେ ନିଆଁ ଲାଗି ଯାଇଥିଲା । ଫଳରେ ଶିଶୁମାନେ ଏହି ନିଆଁ ସଂସ୍ପର୍ଶରେ ଚାଲିଆସିଥିଲେ ।ସେମାନଙ୍କ ଚିତ୍କାର ଶୁଣି ଗାଁଲୋକେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ,ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଗଲା । ସେଠାରେ ୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି ଓ ଜଣେ ଗୁରୁତ୍ତର ଅବସ୍ଥାରେ ଚିକିତ୍ସିତ ହେଉଛି । ଯେଉଁ ସମୟରେ ଏହି ଘଟଣାଟି ଘଟିଲା ସେହି ସମୟରେ ଧାନଖଳାରେ କେହି ମଧ୍ୟ ନଥିବା ବେଳେ କିଛି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସେମାନଙ୍କୁ ଡାକ୍ତରଖାନା ଅଣାଯାଇଥିଲା ।

LEAVE A REPLY

Please enter your comment!
Please enter your name here