ସନ୍ଥ ନିରଙ୍କରୀ ମିଶନ ଚାରିଟେବୁଲ ଫାଉଣ୍ଡେସନ ପକ୍ଷରୁ ଦିଗପହଣ୍ଡି ମେଡ଼ିକାଲ ପରିସରରେ ସଫେଇ କାର୍ଯ୍ୟକ୍ରମ

0
643

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସନ୍ଥ ନିରଂକାରୀ ମିଶନ ଚାରିଟେବଲ ଫାଉଣ୍ଡେସନ ଚୈତନ୍ୟପୁର ଶାଖା ୟୁନିଟ ନଂ ୪୬୭ ପକ୍ଷରୁ ରବିବାର ସକାଳେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶାଖା ମୁଖୀ ଆର.ଧନୁ ଙ୍କ ତତ୍ତ୍ୱାବଧାନରେ ସଂଚାଳକ ଏଲ.ବିଜୟଙ୍କ ଅଧ୍ୟକ୍ଷତାରେ ସେବା କାର୍ଯ୍ୟ ଜାରି ରହିଥିଲା। ଆଗକୁ ମଧ୍ୟ ପ୍ରତ୍ୟେକ ଛୁଟି ଦିନ ମାନଙ୍କରେ ସଫେଇ ସମେତ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ମାନ ଶାଖା ଦ୍ୱରା ହାତକୁ ନିଆଯିବ ବୋଲି ଜଣାଯାଇଛି। ସମସ୍ତ କାର୍ଯ୍ୟକ୍ରମକୁ ଟି.ହରିଶ୍ଚନ୍ଦ୍ର, ଏମ.ଗୋପାଳକୃଷ୍ଣ, ଲବ ରେଡ୍ଡୀ, ବାଲାରାଜୁ ରେଡ୍ଡୀ, ଇ.ଗୋପାଳ, ଅନୀଲ ବାଡ଼ତ୍ୟା, ଅଲେଖ ଚୌଧୁରୀ, ଇନି ରେଡ୍ଡୀ, ବନି ରେଡ୍ଡୀ, ଫୁଲ ରେଡ୍ଡୀ ପ୍ରମୁଖଙ୍କ ସମେତ ସମସ୍ତ କାର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଏପରି ସଫେଇ କାର୍ଯ୍ୟକ୍ରମକୁ ସନ ରାଇଡର କ୍ଳବ ପକ୍ଷରୁ ସାଧୁବାଦ ଦିଆଯିବା ସହିତ ସାଧାରଣରେ ଭୁୟସୀ ପ୍ରଶଂସା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here